ଶାମିଙ୍କ ହ୍ୟାଟ୍ରିକ୍ ସଫଳତା ପଛରେ ଧୋନିଙ୍କ ହାତ!

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତଙ୍କୁ ଜଣା। ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନିଙ୍କ ଧିମା ବ୍ୟାଟିଂକୁ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ତାଙ୍କ ଟିପ୍ସ ଯେ କେବେ ମୂଲ୍ୟବାନ୍, ତାହା ଶନିବାର ମ୍ୟାଚରେ ସ୍ପଷ୍ଟ ବାରି ହୋଇଛି। ଶେଷ ଓଭରରେ ଧୋନି ପେସ୍ ବୋଲର ମହମ୍ମଦ ଶାମିଙ୍କୁ କିଛି ଟିପ୍ସ ଦେଇଥିଲେ। ଧୋନିଙ୍କଠାରୁ ଏହି ଟିପ୍ସ ପାଇଁ ଶାମି ଲଗାତାର ତିନୋଟି ୱିକେଟ୍ ନେଇ କ୍ୟାରିୟରର ପ୍ରଥମ […]

MS

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 05:00 PM IST

ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତଙ୍କୁ ଜଣା। ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନିଙ୍କ ଧିମା ବ୍ୟାଟିଂକୁ କଡ଼ା ସମାଲୋଚନା କରାଯାଇଥିଲା। କିନ୍ତୁ ତାଙ୍କ ଟିପ୍ସ ଯେ କେବେ ମୂଲ୍ୟବାନ୍, ତାହା ଶନିବାର ମ୍ୟାଚରେ ସ୍ପଷ୍ଟ ବାରି ହୋଇଛି।

ଶେଷ ଓଭରରେ ଧୋନି ପେସ୍ ବୋଲର ମହମ୍ମଦ ଶାମିଙ୍କୁ କିଛି ଟିପ୍ସ ଦେଇଥିଲେ। ଧୋନିଙ୍କଠାରୁ ଏହି ଟିପ୍ସ ପାଇଁ ଶାମି ଲଗାତାର ତିନୋଟି ୱିକେଟ୍ ନେଇ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଥିଲେ। ତେବେ ଶେଷ ଓଭରରେ ଧୋନି ଶାମିଙ୍କୁ କ'ଣ କହିଥିଲେ, ତାହା ଶାମି କହିଛନ୍ତି।

ଶାମି କହିଛନ୍ତି, "ଅନ୍ତିମ ଓଭରରେ ୟର୍କର ପକାଇବା ମୋର ଯୋଜନା ଥିଲା। ଏହା ପରେ ମାହି ଭାଇ (ଧୋନି) ମୋ ପାଖକୁ ଆସି ୟର୍କର ପକାଇବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଏବେ ଆଉ କିଛି ବଦଳାଇବାର ଆବଶ୍ୟକତା ନାହିଁ, କାରଣ ଏବେ ତୁମ ପାଖରେ ହ୍ୟାଟ୍ରିକ୍ ନେବାର ଭଲ ସୁଯୋଗ ରହିଛି। ଏହା ଏକ ବିରଳ ସୁଯୋଗ ଏବଂ ତୁମକୁ ଏହା ହିଁ କରିବାକୁ ପଡ଼ିବ। ଏହା ପରେ ମାହି ଭାଇ ଯାହା କହିଥିଲେ ମୁଁ ଠିକ୍ ସେୟା କଲି।"

ଭୁବନେଶ୍ୱର କୁମାରଙ୍କ ଆହତ କାରଣରୁ ଶାମିଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳିଥିଲା ଏବଂ ବେଙ୍ଗଲର ଏହି ପେସ୍ ବୋଲର ଏହାର ଭରପୂର ଫାଇଦା ମଧ୍ୟ ଉଠାଇଛନ୍ତି। ଶାମି ଆହୁରି କହିଛନ୍ତି, ମୋତେ ଅନ୍ତିମ ଏକାଦଶରେ ସୁଯୋଗ ମିଳିଥିବାରୁ ବହୁତ ଖୁସି। ମୁଁ ପ୍ରତିଟି ସୁଯୋଗ ପାଇଁ ପ୍ରସ୍ତୁତ ଥିଲି। ମୋତେ କେବଳ ଏହାର ଫାଇଦା ଉଠାଇବାର ଥିଲା। ବିଶ୍ୱକପରେ ହ୍ୟାଟ୍ରିକ୍ ନେବା ମୋ ପାଇଁ ବଡ଼ ସୌଭାଗ୍ୟର କଥା।

ଶେଷ ଓଭରରେ ଅଧିକ କିଛି ଭାବିବାକୁ ସମୟ ନଥିଲା। ଏହି ସମୟରେ ଜଣେ କେବଳ ନିଜର ଦକ୍ଷତା ଉପରେ ଭରସା ଦେଖାଇବାର ଆବଶ୍ୟକତା ଥିଲା। ଯଦି ଆପଣ ଅଧିକ ପରିବର୍ତ୍ତନ କରିବାକୁ ପ୍ରୟାସ ଚାହିଁବେ, ତାହେଲେ ଖୁବ୍ ରନ୍ ବ୍ୟୟ ହେବ। ମୁଁ ବ୍ୟାଟ୍ସମ୍ୟାନଙ୍କ ମନକୁ ପଢ଼ିବା ବଦଳରେ ନିଜ ପ୍ଲାନ୍ ହିସାବରେ କାମ କରିବାକୁ ଚାହୁଁଥିଲି। ଏହା ମୋ ପାଇଁ ଫଳପ୍ରଦ ମଧ୍ୟ ହୋଇଥିଲା ବୋଲି ଶାମି କହିଛନ୍ତି।

ସୂଚନାଯୋଗ୍ୟ, ଶାମି ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି। ଶାମି ବିଶ୍ୱକପରେ ହ୍ୟାଟ୍ରିକ୍ ନେବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଚେତନ ଶର୍ମା ୧୯୮୭ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ। ବିଶ୍ୱକପ୍ ଇତିହାସରେ ଏହା ଦଶମ ହ୍ୟାଟ୍ରିକ୍ ଥିଲା।

Related story