ପାର୍କିଂରେ ବସି ରାୟୁଡୁଙ୍କ ଘର ତିଆରି ବିରିୟାନି ଖାଇଲେ ଧୋନି

ମୁମ୍ବାଇ:  ଚେନ୍ନାଇ ସୁପର କିଙ୍ଗସ୍‌ର ବର୍ତ୍ତମାନ ସଦସ୍ୟ ଅମ୍ବାତି ରାୟୁଡୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ରୋଚକ କଥା କହିଛନ୍ତି। ଯାହା ଧୋନିଙ୍କ କୌଣସି ବ୍ୟକ୍ତିଙ୍କ ଭାବନା ପ୍ରତି ଥିବା ସମ୍ମାନକୁ ଦର୍ଶାଉଛି। ଆସନ୍ତୁ ଜାଣିବା ଘଟଣାଟି କ’ଣ ଥିଲା। ଘଟଣା ୨୦୧୪ ମସିହାର। ସେତେବେଳେ ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ। ସେ ସମୟରେ ଚାମ୍ପିୟନ୍ସ ଲିଗ୍‌ ଚାଲିଥିଲା। ସେ ହାଇଦ୍ରାବାଦରେ ରୁହନ୍ତି। ହାଇଦ୍ରାବାଦରେ ଚେନ୍ନାଇ ସୁପର କିଙ୍ଗସ୍‌ ଖେଳାଳି ମ୍ୟାଚ୍‌ ପାଇଁ […]

dhoni

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 10:38 PM IST

ମୁମ୍ବାଇ:  ଚେନ୍ନାଇ ସୁପର କିଙ୍ଗସ୍‌ର ବର୍ତ୍ତମାନ ସଦସ୍ୟ ଅମ୍ବାତି ରାୟୁଡୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ରୋଚକ କଥା କହିଛନ୍ତି। ଯାହା ଧୋନିଙ୍କ କୌଣସି ବ୍ୟକ୍ତିଙ୍କ ଭାବନା ପ୍ରତି ଥିବା ସମ୍ମାନକୁ ଦର୍ଶାଉଛି। ଆସନ୍ତୁ ଜାଣିବା ଘଟଣାଟି କ’ଣ ଥିଲା।

ଘଟଣା ୨୦୧୪ ମସିହାର। ସେତେବେଳେ ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ। ସେ ସମୟରେ ଚାମ୍ପିୟନ୍ସ ଲିଗ୍‌ ଚାଲିଥିଲା। ସେ ହାଇଦ୍ରାବାଦରେ ରୁହନ୍ତି। ହାଇଦ୍ରାବାଦରେ ଚେନ୍ନାଇ ସୁପର କିଙ୍ଗସ୍‌ ଖେଳାଳି ମ୍ୟାଚ୍‌ ପାଇଁ ହୋଟେଲରେ ରହିଥିଲେ। ରାୟୁଡୁ ଚେନ୍ନାଇର ସମସ୍ତ ଖେଳାଳିଙ୍କ ପାଇଁ ଘରେ ରନ୍ଧା ଯାଇଥିବା ବିରିୟାନି ନେଇ ଯାଇଥିଲେ। ହେଲେ ହୋଟେଲ ମ୍ୟାନେଜ୍‌ମେଣ୍ଟ ରାୟୁଡୁଙ୍କୁ ବିରିୟାନି ଭିତରକୁ ନେବାକୁ ଦେଇ ନଥିଲେ। କାରଣ ହୋଟେଲ ଭିତରକୁ ବାହାରର ଖାଦ୍ୟ ନେବା ଉପରେ କଟକଣା ଥିଲା। ଏନେଇ ଯେତେବେଳେ ଧୋନି ଜାଣିଲେ ସାଙ୍ଗେ ସାଙ୍ଗେ ସେ ହୋଟେଲରୁ ଚେକ୍‌ଆଉଟ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସହ ସୁରେଶ ରାଇନା ଏବଂ ବ୍ରାଭୋ ମଧ୍ୟ ଚେକ୍‌ଆଉଟ୍‌ କରି ନେଇଥିଲେ। ହୋଟେଲ୍‌ରୁ ଚେକ୍‌ଆଉଟ୍‌ କରିବା ପରେ ସେମାନେ ରାୟୁଡୁ ଆଣିଥିବା ବିରିୟାନି ପାର୍କିଂରେ ବସି ଖାଇଥିଲେ।

ଏଥିରୁ ଜଣାପଡୁଛି, ଧୋନି ଅନ୍ୟଙ୍କୁ କେତେ ସମ୍ମାନ ଦେଇଥାନ୍ତି। ସେ ଚାହୁଁ ନଥିଲେ, ରାୟୁଡୁଙ୍କୁ ଖରାପ ଲାଗୁ ବୋଲି। ଏବେ ଏତେ ବର୍ଷ ପରେ ରାୟୁଡୁ ତାଙ୍କ ସହ ଗୋଟିଏ ଟିମ୍‌ରେ ଖେଳୁଛନ୍ତି।

Related story