ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ଆର୍ମି ଚିଫ୍

ନୂଆଦିଲ୍ଲୀ: ଟେରିଟୋରିଆଲ୍ ଆର୍ମିର ପାରାସୁଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପଦରେ ଥିବା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଜୁଲାଇ ୩୦ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଭିକ୍ଟର ଫୋର୍ସର ସଦସ୍ୟ ଭାବେ କଶ୍ମୀର ଘାଟିରେ ଡ୍ୟୁଟି କରିବେ। ଏହି ଅବଧି ମଧ୍ୟରେ ଧୋନି ୟୁନିଟ୍ ସହ ପାଟ୍ରୋଲିଂ, ଗାର୍ଡ ଓ ଚେକପୋଷ୍ଟ ଡ୍ୟୁଟି କରିବେ। ତେବେ ଗୁରୁବାର ଏହି ଖବର ପ୍ରକାଶିତ ହେବା ପରେ କଶ୍ମୀର ଘାଟିରେ ତାଙ୍କୁ ସୁରକ୍ଷାକୁ ନେଇ ପ୍ରଶ୍ନ […]

msd

Ranjit Kumar Jena
  • Published: Friday, 26 July 2019
  • , Updated: 26 July 2019, 09:03 PM IST

ନୂଆଦିଲ୍ଲୀ: ଟେରିଟୋରିଆଲ୍ ଆର୍ମିର ପାରାସୁଟ୍ ରେଜିମେଣ୍ଟରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପଦରେ ଥିବା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଜୁଲାଇ ୩୦ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଭିକ୍ଟର ଫୋର୍ସର ସଦସ୍ୟ ଭାବେ କଶ୍ମୀର ଘାଟିରେ ଡ୍ୟୁଟି କରିବେ। ଏହି ଅବଧି ମଧ୍ୟରେ ଧୋନି ୟୁନିଟ୍ ସହ ପାଟ୍ରୋଲିଂ, ଗାର୍ଡ ଓ ଚେକପୋଷ୍ଟ ଡ୍ୟୁଟି କରିବେ। ତେବେ ଗୁରୁବାର ଏହି ଖବର ପ୍ରକାଶିତ ହେବା ପରେ କଶ୍ମୀର ଘାଟିରେ ତାଙ୍କୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଏହି ସମ୍ପର୍କରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି, "ଧୋନିଙ୍କୁ କୌଣସି ସୁରକ୍ଷାର ଆବଶ୍ୟକତା ନାହିଁ ବରଂ ସେ ଲୋକଙ୍କ ସେବା କରିବେ। ଧୋନି ନିଜର ଡ୍ୟୁଟି ବହନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଅନ୍ୟ ସୈନିକଙ୍କ ଭଳି ଧୋନି ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ। ଯେତେବେଳେ ଜଣେ ସାଧାରଣ ନାଗରିକ ମିଲିଟାରୀ ୟୁନିଫର୍ମ ପିନ୍ଧେ, ସେ ୟୁନିଫର୍ମ ସହ ଜଡ଼ିତ କାମକୁ ପୂରା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ।

ଧୋନି ନିଜର ବୈଷୟିକ ଟ୍ରେନିଂ ପୂରା କରିସାରିଛନ୍ତି ଏବଂ ଆମେ ସମସ୍ତେ ଜାଣିଛୁ ସେ ଏହି ଚ୍ୟାଲେଞ୍ଜକୁ ପୂରା କରିବେ। କେବଳ ଏତିକି ନୁହେଁ, ଧୋନି ବହୁତ ଲୋକଙ୍କୁ ସୁରକ୍ଷା ଦେବେ, କାରଣ ସେ ଏବେ ୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନରେ କାର୍ଯ୍ୟ କରିବେ। ବାଟାଲିୟନ୍ କମ୍ୟୁନିକେଶନ୍ ଡ୍ୟୁଟି ଓ ସ୍ଥାୟୀ ସୁରକ୍ଷା ଏହାର ଏକ ଅଂଶ ହେବ। ଏଭଳି ସ୍ଥିତିରେ ଧୋନିଙ୍କୁ ଆଉ ସୁରକ୍ଷାର ଆବଶ୍ୟକତା ହେବ ନାହିଁ। ଧୋନି ଏବେ ଅନ୍ୟ ସେନାଙ୍କ ପରି ପାଟ୍ରୋଲିଂ ଓ ସୁରକ୍ଷା ଦାୟିତ୍ୱ ବହନ କରିବେ।"

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଧୋନିଙ୍କ ନାମ ବିଚାରକୁ ନିଆଯାଇନଥିଲା। କାରଣ ଧୋନି କ୍ରିକେଟରୁ ୨ମାସର ବିରତି ନେଇ ସେନାରେ ଯୋଗ ଦେବେ ବୋଲି ବିସିସିଆଇକୁ କହିଥିଲେ।

Related story