ଚେନ୍ନାଇ ଏୟାରପୋର୍ଟରେ ତଳେ ଶୋଇଲେ ଧୋନି ଓ ସାକ୍ଷୀ, ଫଟୋ ଭାଇରାଲ୍

ଚେନ୍ନାଇ: ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବୁଧବାର ଧୋନିଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମଙ୍ଗଳବାର ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ ପରେ ଚେନ୍ନାଇ ଟିମ୍ ବୁଧବାର ସକାଳେ ଜୟପୁର ଅଭିମୁଖେ ଯାତ୍ରା କରିଥିଲା। ଏହା ମଧ୍ୟରେ ଧୋନି […]

dhoni

Ranjit Kumar Jena
  • Published: Wednesday, 10 April 2019
  • , Updated: 10 April 2019, 03:38 PM IST

ଚେନ୍ନାଇ: ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ସର୍ବଦା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବୁଧବାର ଧୋନିଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମଙ୍ଗଳବାର ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା।

ଏହି ମ୍ୟାଚ୍ ପରେ ଚେନ୍ନାଇ ଟିମ୍ ବୁଧବାର ସକାଳେ ଜୟପୁର ଅଭିମୁଖେ ଯାତ୍ରା କରିଥିଲା। ଏହା ମଧ୍ୟରେ ଧୋନି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଓ ପତ୍ନୀ ସାକ୍ଷୀ ଉଭୟେ ଏୟାରପୋର୍ଟରେ ବ୍ୟାଗରେ ମୁଣ୍ଡ ରଖି ତଳେ ଶୋଇଥିବାରୁ ନଜର ଆସୁଛନ୍ତି।

ଧୋନିଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋକୁ ସାଧାରଣ ଲୋକେ ବେଶ୍ ପ୍ରଶଂସା କରୁଛନ୍ତି। ଏଥିସହ ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ, ଧୋନି ମଧ୍ୟ ସାଧାରଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ଧୋନି ଏହି ଫଟୋ ଶେୟାର କରି ଲେଖିଛନ୍ତି, "ଯେତେବେଳେ ଆପଣ ଆଇପିଏଲ ଟାଇମିଂ ସହ ଅଭ୍ୟସ୍ତ ହୋଇଯାଆନ୍ତି ଏବଂ ସକାଳୁ ସକାଳୁ ଆପଣଙ୍କ ଫ୍ଲାଇଟ୍ ଥିବ, ସେତେବେଳେ ଆପଣଙ୍କ ଅବସ୍ଥା ଏଭଳି ହୋଇଯାଇଥାଏ।'

ସୂଚନାଯୋଗ୍ୟ, ଆସନ୍ତାକାଲି ଚେନ୍ନାଇ ସୁପର କିଙ୍ଗସ ତା'ର ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଚଳିତ ଆଇପିଏଲରେ ଚେନ୍ନାଇ ୧୦ ପଏଣ୍ଟ ସହ ଶୀର୍ଷରେ ରହିଛି।

https://www.instagram.com/p/BwD9VVXFdJt/?utm_source=ig_web_copy_link

Related story