ନୂଆ ଲୁକ୍‌ରେ ଧୋନି, ଭାଇରାଲ ହେଲା ଭିଡିଓ

ଜୟପୁର: ଦୁଇ ମାସ ପାଇଁ କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିଛି। ଟେରିଟୋରିଆଲ ଆର୍ମିରେ ୨ ସପ୍ତାହ କାମ କରିବା ପରେ ଧୋନି ଘରକୁ ଫେରିଛନ୍ତି। ବର୍ତ୍ତମାନ ତାଙ୍କୁ ରାଜସ୍ଥାନର ଜୟପୁର ଠାରେ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଧୋନି ଏଠାକୁ ଆସିଥିବା ବେଳେ ଫ୍ୟାନ୍‌ ମାନଙ୍କ ପ୍ରବଳ ଭିଡ଼ ଜମି ଥିଲା। ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସମୟରେ […]

ew

Hemant Lenka
  • Published: Sunday, 25 August 2019
  • , Updated: 25 August 2019, 03:13 PM IST

ଜୟପୁର: ଦୁଇ ମାସ ପାଇଁ କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିଛି। ଟେରିଟୋରିଆଲ ଆର୍ମିରେ ୨ ସପ୍ତାହ କାମ କରିବା ପରେ ଧୋନି ଘରକୁ ଫେରିଛନ୍ତି।

ବର୍ତ୍ତମାନ ତାଙ୍କୁ ରାଜସ୍ଥାନର ଜୟପୁର ଠାରେ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଧୋନି ଏଠାକୁ ଆସିଥିବା ବେଳେ ଫ୍ୟାନ୍‌ ମାନଙ୍କ ପ୍ରବଳ ଭିଡ଼ ଜମି ଥିଲା।

ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସମୟରେ ଧୋନି ମୁଣ୍ଡରେ କଳା ରଙ୍ଗର ଏକ ବଡ଼ କପଡ଼ା ବାନ୍ଧିଥିବା ନଜରକୁ ଆସିଛି। ଆର୍ମିର ଯବାନମାନେ ଯେଉଁଭଳି ଭାବେ ସର୍ଚ୍ଚ ଅପରେସନ ବେଳେ ମୁଣ୍ଡରେ କଳାରଙ୍ଗର କପଡ଼ା ବାନ୍ଧନ୍ତି, ଅନୁରୂପ ଭାବେ ଧୋନି ସେଭଳି କପଡ଼ା ବାନ୍ଧିଛନ୍ତି।

ଏହି ନୂଆ ଲୁକ୍‌ ପଛର କାରଣ ଏଯାଏ ଜଣାପଡ଼ିନାହିଁ। ତଥାପି ଧୋନି ଆର୍ମିରୁ ଟ୍ରେନିଂ ନେଇ ଫେରିଥିବାରୁ ଏଭଳି କପଡ଼ା ବାନ୍ଧିଥିବା କୁହାଯାଉଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ

 

View this post on Instagram

 

Mahendra Singh Dhoni at Jaipur Airport earlier today. P.S. We simply cannot take our eyes off his CUTEST Smile!😍 . Video Courtesy : @times.jaipur #Dhoni #MSDhoni #TravelDiary

A post shared by MS Dhoni / Mahi7781 (@msdhonifansofficial) on

Related story