ମୁମ୍ବାଇ ମାରି ନେଇଗଲା ବାଜି, ପଞ୍ଜାବ ପରାସ୍ତ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ଦଳ ତିନି ରନ୍‌ରେ ମ୍ୟାଚ୍ ଜିତି ଥିବା ବେଳେ କିଙ୍ଗସ ଏକ୍ସଆଇ ପଞ୍ଜାବ ହାରି ଯାଇଛି। ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ମାତ୍ର ତିନି ରନ୍‌ ପାଇଁ ଦଳ ହାରିଗଲା। ମୁମ୍ବାଇ ପକ୍ଷରୁ କେ.ଏ […]

punjab

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 12:42 AM IST

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ଦଳ ତିନି ରନ୍‌ରେ ମ୍ୟାଚ୍ ଜିତି ଥିବା ବେଳେ କିଙ୍ଗସ ଏକ୍ସଆଇ ପଞ୍ଜାବ ହାରି ଯାଇଛି।

ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା। ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ମାତ୍ର ତିନି ରନ୍‌ ପାଇଁ ଦଳ ହାରିଗଲା।

ମୁମ୍ବାଇ ପକ୍ଷରୁ କେ.ଏ ପୋଲାର୍ଡ ସର୍ବାଧିକ ୫୦ ରନ୍ କରିଥିଲେ। ସେ ୨୩ଟି ବଲ୍‌ରୁ ୫ଟି ଚୌକା ଓ ୩ଟି ଛକ୍କା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ପଞ୍ଜାବ ପକ୍ଷରୁ କେ.ଏଲ୍ ରାହୁଲ ୯୪ ରନ୍ ଓ ଫିଞ୍ଜ ୪୬ ରନ୍ କରିଥିଲେ ସୁଦ୍ଧା ଦଳ ମ୍ୟାଚ୍ ହାରି ଯାଇଥିଲା।

ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଦଳ ବର୍ତ୍ତମାନ ସୁଦ୍ଧା ୧୩ଟି ମ୍ୟାଚ୍ ଖେଳି ୬ଟିରେ ଜିତି ଥିବା ବେଳେ ୭ଟିରେ ହାରିଛି। ଦଳ ମୋଟ ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବ ଷଷ୍ଠ ସ୍ଥାନକୁ ଖସିଯାଇଛି। ବୁଧବାର ମ୍ୟାଚ୍ ପୂର୍ବରୁ ପଞ୍ଜାବ ପଞ୍ଚମରେ ଓ ମୁମ୍ବାଇ ଷଷ୍ଠ ସ୍ଥାନରେ ଥିଲେ।

 

Related story