ମୁମ୍ବାଇର ହ୍ୟାଟ୍ରିକ ବିଜୟ: ଫର୍ମକୁ ଫେରିଲେ ପୋଲାର୍ଡ

ବାଙ୍ଗାଲୋର: ମୁମ୍ବାଇର ବିଜୟ ଅଭିଯାନ ଜାରି। ଚଳିତ ଆଇପିଏଲରେ ମୁମ୍ବାଇ ତାର ପ୍ରଥମ ମ୍ୟାଚ୍‌ ପୁନେ ଠାରୁ ହାରିବା ପରେ ଲଗାତର ୩ଟି ମ୍ୟାଚ୍‌ ଜିତି ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ବାଙ୍ଗାଲୋରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ୍‌ ୪ ୱିକେଟ୍‌ରେ ବିଜୟଲାଭ କରିଛି। ଏହି ମ୍ୟାଚରେ ବାଙ୍ଗାଲୋର ପକ୍ଷରୁ ସାମୁଏଲ୍ସ ବଦ୍ରି ଚଳିତ ଆଇପିଏଲର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିଲେ ମଧ୍ୟ ଦଳକୁ […]

vivo-ipl-2017-m12-rcb-v-mi_41f04472-211c-11e7-beb7-f1cbdf0743d8

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 09:48 PM IST

ବାଙ୍ଗାଲୋର: ମୁମ୍ବାଇର ବିଜୟ ଅଭିଯାନ ଜାରି। ଚଳିତ ଆଇପିଏଲରେ ମୁମ୍ବାଇ ତାର ପ୍ରଥମ ମ୍ୟାଚ୍‌ ପୁନେ ଠାରୁ ହାରିବା ପରେ ଲଗାତର ୩ଟି ମ୍ୟାଚ୍‌ ଜିତି ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ବାଙ୍ଗାଲୋରର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ୍‌ ୪ ୱିକେଟ୍‌ରେ ବିଜୟଲାଭ କରିଛି। ଏହି ମ୍ୟାଚରେ ବାଙ୍ଗାଲୋର ପକ୍ଷରୁ ସାମୁଏଲ୍ସ ବଦ୍ରି ଚଳିତ ଆଇପିଏଲର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ। ଆଜିର ମ୍ୟାଚ୍‌ରେ ହିରୋ ସାଜିଥିବା ମୁମ୍ବାଇ ଇଣ୍ଡିଆନ୍ସ୍‌ ଦଳର କିରନ ପୋଲାର୍ଡ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି। ସେ ୪୭ଟି ବଲରୁ ୭୦ ରନ କରି ଦଳର ବିଜୟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ସେପଟେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ୱିକେଟ ହରାଇ ୧୪୨ ରନ କରିପାରିଥିଲା। ଦୀର୍ଘଦିନ ପରେ ଆଜିର ମ୍ୟାଚରେ ବିରାଟ କୋହଲି ଦଳକୁ ଫେରିଥିଲେ। ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ ଖେଳି କୋହଲି ୬୨ରନ କରିଥିଲେ।

Related story