ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ, ଡେବ୍ୟୁ କରିବେ ଅଙ୍କିତ ତ୍ୟାଗୀ

ଅବୁଧାବି: ଆଇପିଏଲର ୨୦ତମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିଥିବ। ମୁମ୍ବାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଜି ବିଜୟୀ ହେଲେ ଟେବୁଲ ଟପ୍‌ରେ ପହଞ୍ଚି ଯିବ। ସେହିପରି ରାଜସ୍ଥାନ ରୟାଲ୍ସ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବାରୁ ଦଳ ଆଜି କମବ୍ୟାକ୍‌ ଲକ୍ଷ୍ୟରେ ରହିଛି। ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। […]

ff

Hemant Lenka
  • Published: Tuesday, 06 October 2020
  • , Updated: 06 October 2020, 07:12 PM IST

ଅବୁଧାବି: ଆଇପିଏଲର ୨୦ତମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିଥିବ। ମୁମ୍ବାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଜି ବିଜୟୀ ହେଲେ ଟେବୁଲ ଟପ୍‌ରେ ପହଞ୍ଚି ଯିବ। ସେହିପରି ରାଜସ୍ଥାନ ରୟାଲ୍ସ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବାରୁ ଦଳ ଆଜି କମବ୍ୟାକ୍‌ ଲକ୍ଷ୍ୟରେ ରହିଛି।

ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ରାଜସ୍ଥାନ ୩ଟି ପରିବର୍ତ୍ତନ କରିଛି। ଦଳ ପକ୍ଷରୁ ଆଜି ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଣ୍ଡର-୧୯ ଟିମ୍‌ର ଷ୍ଟାର ବୋଲର ଅଙ୍କିତ ତ୍ୟାଗୀ। ଅଙ୍କିତ ଗତବର୍ଷ ଅଣ୍ଡର-୧୯ ବିଶ୍ୱକପରେ ଭାରତ ପାଇଁ ଜବରଦସ୍ତ ବୋଲିଂ କରିଥିଲେ।

ସେହିପରି ଦଳକୁ ଯଶ୍ୱସୀ ଜୈସୱାଲ ଓ ଅଙ୍କିତ ରାଜପୁତଙ୍କ କମବ୍ୟାକ୍‌ ହୋଇଛି। ରାଜସ୍ଥାନ ଦଳର ବରିଷ୍ଠ ସଦସ୍ୟ ରବିନ ଉଥାପ୍ପାଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇଛି। ଯୁବ ତାରକା ରିୟାନ ପରାଗଙ୍କୁ ମଧ୍ୟ ବେଞ୍ଚରେ ବସିବାକୁ ପଡ଼ିଛି।

Related story