ଆର୍‌ସିବି-ମୁମ୍ବାଇ ଲଢ଼େଇ: ହାରିଲେ ବଢ଼ିବ ମୁସ୍କିଲ୍‌

ଚଳିତ ଆଇପିଏଲର୍‌ ୩୧ ତମ ମ୍ୟାଚ୍‌ ଆଜି ବାଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆର୍‌ସିବି। ଲଗାତାର ପରାଜୟ ପରେ ମୁମ୍ବାଇ ଓ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି। ଉଭୟ ଟିମ୍‌ ଏପର୍ଯ୍ୟନ୍ତ ୭ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ସମାନ ଭାବେ ୫ଟି ପରାଜୟ ଓ ୨ଟି ବିଜୟ ସହ ୪ ପଏଣ୍ଟରେ ସିମିତ ଅଛନ୍ତି। ଆଜି ପର୍ଯ୍ୟନ୍ତ ଆଇପିଏଲରେ […]

NBT-image

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 04:47 PM IST

ଚଳିତ ଆଇପିଏଲର୍‌ ୩୧ ତମ ମ୍ୟାଚ୍‌ ଆଜି ବାଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆର୍‌ସିବି। ଲଗାତାର ପରାଜୟ ପରେ ମୁମ୍ବାଇ ଓ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି। ଉଭୟ ଟିମ୍‌ ଏପର୍ଯ୍ୟନ୍ତ ୭ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ସମାନ ଭାବେ ୫ଟି ପରାଜୟ ଓ ୨ଟି ବିଜୟ ସହ ୪ ପଏଣ୍ଟରେ ସିମିତ ଅଛନ୍ତି। ଆଜି ପର୍ଯ୍ୟନ୍ତ ଆଇପିଏଲରେ ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ଆଇପିଏଲରେ ୨୧ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ମୁମ୍ବାଇ ଏକାକି ୧୩ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଏହି ଦୁଇ ଟିମ୍‌ର ସଫର ପାଖାପାଖି ସମାନ ରହିଛି। ଏବଂ ଏହି ଦୁଇଟି ଟିମ୍‌ ଚାହିଁବେ ଆଜି ମ୍ୟାଚ୍‌ରେ କିପରି ବିଜୟ ହାସଲ କରିବେ। ଆଇପିଏଲରେ ଏପର୍ଯ୍ୟନ୍ତ ମୁମ୍ବାଇ ସର୍ବାଧିକ ୩ ଥର ଚାମ୍ପିୟନ ହୋଇଥିବା ବେଳେ ଆର୍‌ସିବି ପାଇଁ ଚାମ୍ପିୟନ ହେବା ସ୍ୱପ୍ନ ହୋଇଯାଇଛି।

Related story