ବିରାଟ୍‌ଙ୍କ ସୁପର ହିରୋ କିଏ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ ତଥା ଅଧିନାୟକ ବିରାଟ କୋହଲି ଏବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ପିଲାଟି ବେଳୁ କେମିତି ସଂଘର୍ଷ କରି ବିରାଟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେକଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନେକ ଯୁବକଙ୍କ ପାଇଁ ବିରାଟ ହେଉଛନ୍ତି ସୁପର ହିରୋ। ହେଲେ ବିରାଟ୍‌ଙ୍କ ସୁପର ହିରୋ କିଏ? ବିରାଟ କାହାକୁ ମାନନ୍ତି? ହୁଏତ ଏକଥା ବହୁତ କମ ଲୋକ ଜାଣିଥିବେ। ତେବେ ବିରାଟ୍‌ ଏବେ ତାଙ୍କ ସୁପର […]

cv

Hemant Lenka
  • Published: Saturday, 26 October 2019
  • , Updated: 26 October 2019, 05:53 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ ତଥା ଅଧିନାୟକ ବିରାଟ କୋହଲି ଏବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ପିଲାଟି ବେଳୁ କେମିତି ସଂଘର୍ଷ କରି ବିରାଟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେକଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନେକ ଯୁବକଙ୍କ ପାଇଁ ବିରାଟ ହେଉଛନ୍ତି ସୁପର ହିରୋ।

ହେଲେ ବିରାଟ୍‌ଙ୍କ ସୁପର ହିରୋ କିଏ? ବିରାଟ କାହାକୁ ମାନନ୍ତି? ହୁଏତ ଏକଥା ବହୁତ କମ ଲୋକ ଜାଣିଥିବେ। ତେବେ ବିରାଟ୍‌ ଏବେ ତାଙ୍କ ସୁପର ହିରୋଙ୍କ ସମ୍ପର୍କରେ ଖୁଲାସା କରିଛନ୍ତି।

ସେ କହିଛନ୍ତି, “ମୋ ବାପା ହିଁ ମୋ ପାଇଁ ସୁପର ହିରୋ ଥିଲେ। ଏବେ ସେ ଆଉ ଏ ଦୁନିଆରେ ନାହାନ୍ତି। ହେଲେ ସେ ବଞ୍ଚିଥିବା ଅବସ୍ଥାରେ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ, ତାହା ମୋତେ ଆଜି ଏତେ ବାଟରେ ଆଣି ପହଞ୍ଚାଇଛି। ତେଣୁ ସେ ହିଁ ମୋ ପାଇଁ ସୁପର ହିରୋ।

ଆପଣମାନଙ୍କୁ ଅନେକ ଲୋକ ଅନୁପ୍ରାଣିତ କରିପାରନ୍ତି। କିନ୍ତୁ ଯେତେବେଳେ ଜଣେ ଆପଣଙ୍କ ଆଗରେ ଗୋଟିଏ ଉଦାହରଣ ହୋଇ ଛିଡ଼ା ହେବ,ସେତେବେଳେ ଏହାର ପ୍ରଭାବ କିଛି ଅଲଗା ରହିଥାଏ। ମୋ ବାପା ମୋ ଆଗରେ ଯେଉଁ ଉଦାହରଣ ସୃଷ୍ଟି କରିଥିଲେ, ତାହା ମୋତେ ଆଗକୁ ନେବାକୁ ଅନୁପ୍ରାଣିତ କରିଥିଲା।

ମୁଁ ପିଲାବେଳେ କ୍ରିକେଟ ଖେଳୁଥିବା ସମୟରେ ହିଁ ସେ ମୋ କ୍ୟାରିୟରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ତାଙ୍କ ବ୍ୟକ୍ତିତ୍ୱ ଓ ନିଷ୍ପତ୍ତି ହିଁ ମୋତେ କଠିନ ପରିଶ୍ରମ କରି କେମିତି ଆଗକୁ ବଢ଼ିବାକୁ ହେବ ସେକଥା ଶିଖାଉଥିଲା।

କଠିନ ପରିଶ୍ରମ ଛଡ଼ା ଆଉ ଅନ୍ୟ ମାଧ୍ୟମ ଜରିଆରେ ଆଗକୁ ଗଲେ, କେଉଁଠି ନା କେଉଁଠି ଝୁଣ୍ଟିବାକୁ ପଡ଼ିବ ବୋଲି ସେ ମୋତେ ବୁଝାଉଥିଲେ। ଏହି କାରଣ ପାଇଁ ସେ ମୋ ସୁପର ହିରୋ।

ତାଙ୍କ ପାଇଁ ମୋ କ୍ୟାରିୟର ଆଜି ଆଗକୁ ଯାଇପାରିଛି। ଯଦି କଠିନ ପରିଶ୍ରମ କରିବ, ତା’ହେଲେ ଉପରବାଲା ନିଶ୍ଚିତ ସଫଳତା ଆପଣଙ୍କ ନାଁରେ ଲେଖିବ।”

Related story