ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ନାଡାଲ

ମେଲବର୍ଣ୍ଣ: ବିଶ୍ୱର ୨ନଂ ଖେଳାଳି ତଥା ସ୍ପେନ୍‌ ତାରକା ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲ୍‌ରେ ଗ୍ରୀସ୍‌ର ଉଦ୍‌ୟମାନ ତାରକା ତଥା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଷ୍ଟିଫାନୋ ସିତିପାସଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ ଆରମ୍ଭରୁ ସିତିପାସଙ୍କ ଉପରେ ନାଡାଲ ଚାପ ସୃଷ୍ଟି କରିଥିଲେ। ନାଡାଲ ପ୍ରଥମ ସେଟ୍‌କୁ ୬-୨, ଦ୍ୱିତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତୃତୀୟ ସେଟ୍‌କୁ ମଧ୍ୟ ନାଡାଲ […]

gg

Hemant Lenka
  • Published: Thursday, 24 January 2019
  • , Updated: 24 January 2019, 08:44 PM IST

ମେଲବର୍ଣ୍ଣ: ବିଶ୍ୱର ୨ନଂ ଖେଳାଳି ତଥା ସ୍ପେନ୍‌ ତାରକା ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲ୍‌ରେ ଗ୍ରୀସ୍‌ର ଉଦ୍‌ୟମାନ ତାରକା ତଥା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଷ୍ଟିଫାନୋ ସିତିପାସଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ସିତିପାସଙ୍କ ଉପରେ ନାଡାଲ ଚାପ ସୃଷ୍ଟି କରିଥିଲେ। ନାଡାଲ ପ୍ରଥମ ସେଟ୍‌କୁ ୬-୨, ଦ୍ୱିତୀୟ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତୃତୀୟ ସେଟ୍‌କୁ ମଧ୍ୟ ନାଡାଲ ଏକପାଖିଆ ଭାବେ ୬-୦ରେ ଜିତି ସିତିପାସଙ୍କ ଅଭିଯାନକୁ ଶେଷ କରିଦେଇଥିଲେ। ନାଡାଲ ଏହି ବିଜୟ ସହ ୫ମ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

Related story