ଦୁବାଇ: ୱେଷ୍ଟଇଣ୍ଡିଜ୍ର ଅଫ୍ସ୍ପିନର ସୁନୀଲ ନାରିନ୍ଙ୍କ ବୋଲିଂ ଶୈଳୀରେ ତ୍ରୁଟି ନାହିଁ। ସେ ଏବେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ। ଶୁକ୍ରବାର ଏହି ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ସେ ଆଇପିଏଲ୍ର ନବମ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିପାରିବେ।
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ସୁନୀଲ ନାରିନଙ୍କୁ ଆଇସିସି ବାସନ୍ଦ କରିଥିଲା। ନାରିନ୍ ବୋଲିଂ କରିବା ବେଳେ ସୁନୀଲଙ୍କ ହାତ କହୁଣୀ ୧୬ ଡିଗ୍ରୀରୁ ଅଧିକ ରହିଛି।ଏହା ଆଇସିସି ନିୟମକୁ ଉଲ୍ଲଂଘନ କରୁଥିଲା। ଏ ନେଇ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଥିବା ବେଳେ ଅଭିଯୋଗ ଆସିଥିଲା।
ଏହାକୁ ନେଇ ଆଇସିସି ପକ୍ଷରୁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟରରେ ନାରିନଙ୍କ ବୋଲିଂ ପରୀକ୍ଷା କରାଯାଇଥିଲା।