ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍‌: ଭୁବନେଶ୍ୱରର ସେମିଫାଇନାଲ୍‌, ନଭି ମୁମ୍ବାଇରେ ଫାଇନାଲ୍

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ପାଇଁ ଭେନ୍ୟୁ ଘୋଷଣା କରାଯାଇଛି। ବିଶ୍ୱକପ୍ ପାଇଁ ୫ଟି ଭେନ୍ୟୁକୁ ଚୂଡ଼ାନ୍ତ କରାଯାଇଛି, ଯେଉଁଥିରେ ଭୁବନେଶ୍ୱରକୁ ସାମିଲ୍ କରାଯାଇଛି। ଭୁବନେଶ୍ୱର ବ୍ୟତୀତ ବିଶ୍ୱକପ୍ ମ୍ୟାଚ୍ ନଭି ମୁମ୍ବାଇ, ଗୌହାଟୀ, କୋଲକାତା, ଅହମ୍ମଦବାଦରେ ମଧ୍ୟ ଖେଳାଯିବ। ଚଳିତ ବର୍ଷ ନଭେମ୍ବର ୨୧ ତାରିଖରେ ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପର ଫାଇନାଲ୍ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲିଗ୍ ମ୍ୟାଚ୍ ବ୍ୟତୀତ ନକଆଉଟ୍ […]

fifa

fifa

Ranjit Kumar Jena
  • Published: Tuesday, 18 February 2020
  • Updated: 18 February 2020, 07:58 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ପାଇଁ ଭେନ୍ୟୁ ଘୋଷଣା କରାଯାଇଛି। ବିଶ୍ୱକପ୍ ପାଇଁ ୫ଟି ଭେନ୍ୟୁକୁ ଚୂଡ଼ାନ୍ତ କରାଯାଇଛି, ଯେଉଁଥିରେ ଭୁବନେଶ୍ୱରକୁ ସାମିଲ୍ କରାଯାଇଛି। ଭୁବନେଶ୍ୱର ବ୍ୟତୀତ ବିଶ୍ୱକପ୍ ମ୍ୟାଚ୍ ନଭି ମୁମ୍ବାଇ, ଗୌହାଟୀ, କୋଲକାତା, ଅହମ୍ମଦବାଦରେ ମଧ୍ୟ ଖେଳାଯିବ।

ଚଳିତ ବର୍ଷ ନଭେମ୍ବର ୨୧ ତାରିଖରେ ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପର ଫାଇନାଲ୍ ନଭି ମୁମ୍ବାଇରେ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲିଗ୍ ମ୍ୟାଚ୍ ବ୍ୟତୀତ ନକଆଉଟ୍ ମ୍ୟାଚ୍ ମଧ୍ୟ ଖେଳାଯିବ। ଲିଗ୍ ପର୍ଯ୍ୟାୟର ୬ଟି ମ୍ୟାଚ୍‌, ଗୋଟିଏ କ୍ୱାର୍ଟରଫାଇନାଲ୍ ଏବଂ ଗୋଟିଏ ସେମିଫାଇନାଲ୍ ମୁକାବିଲା କଳିଙ୍ଗରେ ଅନୁଷ୍ଠିତ ହେବ।

କଳିଙ୍ଗରେ ୬ଟି ଯାକ ଲିଗ୍ ମ୍ୟାଚ୍ ଯଥାକ୍ରମେ ନଭେମ୍ବର ୨ (ଦୁଇଟି), ନଭେମ୍ବର ୫ (ଦୁଇଟି) ଏବଂ ନଭେମ୍ବର ୮ (ଦୁଇଟି) ମ୍ୟାଚ୍ ଖେଳାଯିବ। ସେହିପରି ନଭେମ୍ବର ୧୨ ତାରିଖରେ କ୍ୱାର୍ଟରଫାଇନାଲ୍ ଏବଂ ୧୭ ତାରିଖରେ ସେମିଫାଇନାଲ୍ ମ୍ୟାଚ୍ ମଧ୍ୟ କଳିଙ୍ଗରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚ୍ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ୫ଟି ଯାକ ଭେନ୍ୟୁରେ ଆୟୋଜିତ ହେବ। ଏହା ପରେ ନଭେମ୍ବର ୧୨ ଓ ୧୩ ତାରିଖରେ କ୍ୱାର୍ଟର୍‌, ୧୭ ତାରିଖରେ ସେମିଫାଇନାଲ୍ ଏବଂ ୨୧ ତାରିଖରେ ତୃତୀୟ ସ୍ଥାନ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos