ଭାରତ ଆସିବ ଇଂଲଣ୍ଡ, ଅହମଦାବାଦରେ ଖେଳିବ ଦିବାରାତ୍ର ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିବ ଟିମ୍‌ ଇଂଲଣ୍ଡ। ଏହି ଗସ୍ତ ସମୟରେ ଭାରତ ସହ ଇଂଲଣ୍ଡ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଫେବୃଆରୀ ୨୪ରୁ ଏହି ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଗୁଜରାଟର ଅହମଦାବାଦରେ ଆରମ୍ଭ ହେବ। ଏ ସମ୍ପର୍କରେ ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଫେବୃଆରୀ ୭ରୁ ଆରମ୍ଭ ହେବ। […]

fd

Hemant Lenka
  • Published: Thursday, 10 December 2020
  • , Updated: 10 December 2020, 03:37 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିବ ଟିମ୍‌ ଇଂଲଣ୍ଡ। ଏହି ଗସ୍ତ ସମୟରେ ଭାରତ ସହ ଇଂଲଣ୍ଡ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଫେବୃଆରୀ ୨୪ରୁ ଏହି ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଗୁଜରାଟର ଅହମଦାବାଦରେ ଆରମ୍ଭ ହେବ।

ଏ ସମ୍ପର୍କରେ ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଗସ୍ତ ସମୟରେ ମୋଟ ୪ଟି ଟେଷ୍ଟ ମ୍ୟାଚ୍‌ ଉଭୟ ଦେଶ ମଧ୍ୟରେ ଖେଳାଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ମୋଟେରାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିସହ ଯୁବ ଖେଳାଳିଙ୍କ ପାଇଁ ଜୟ ଶାହ ଗୁଜରାଟ କ୍ରିକେଟ ଆସୋସିଏସନର ଇଣ୍ଡୋର ଏକାଡେମୀ ମଧ୍ୟ ଉଦ୍‌ଘାଟନା କରିବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଂଲଣ୍ଡ ଟିମ୍‌ ଭାରତ ଗସ୍ତରେ ଆସିବ ବୋଲି ସୂଚନା ଦେଇଥିଲେ। ଏଥିସହ ଇଂଲଣ୍ଡ ଏଠାରେ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହାବାଦ୍‌ ୩ଟି ଦିନିକିଆ ମ୍ୟାଚ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ବୋଲି ସେ କହିଥିଲେ। ଏବେ ଜୟ ଶାହ କହିଛନ୍ତି, ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟି ଯାକ ଟି-୨୦ ମ୍ୟାଚ୍‌ ମଧ୍ୟ ଅହମଦାବାଦାର ମୋଟେରା ଷ୍ଟାଡିୟମରେ ଖେଳାଯିବ।

ଆସନ୍ତାବର୍ଷ ଅକ୍ଟୋବର ଓ ନଭେମ୍ବର ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବାର ରହିଛି। ଏହାପୂର୍ବରୁ ଭାରତ ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷରେ ୫ଟି ଟି-୨୦ ଖେଳିବ। ଏହା ବିରାଟ ଆଣ୍ଡ କୋଙ୍କୁ ବିଶ୍ୱକପରେ ସହାୟତା ଦେବ ବୋଲି କୁହାଯାଉଛି।

Related story