ଫାଇନାଲ୍ ଟିକେଟ ବିକ୍ରି କରିବାକୁ ଭାରତୀୟ ଫ୍ୟାନକୁ ନିବେଦନ

ଲଣ୍ଡନ: ଭାରତ ସେମିଫାଇନାଲ୍‌ରେ ହାରିଯିବା ପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟକୁ ଜୋର ଧକ୍କା ଲାଗିଛି। ଆସନ୍ତାକାଲି ଟ୍ରଫି ପାଇଁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଲଢ଼େଇ କରିବେ। କିନ୍ତୁ ଭାରତ ଫାଇନାଲକୁ ଯିବ ବୋଲି ଆଶା କରି ଆଗୁଆ ଟିକେଟ୍‌ କିଣିଥିବା ଭାରତୀୟ ଫ୍ୟାନ୍‌ମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡାର ଜିମ୍ମି ନଶୀମ ଏକ ଅଭିନବ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ପ୍ରିୟର ଭାରତୀୟ କ୍ରିକେଟ ଫ୍ୟାନ, ଆପଣମାନେ ଯଦି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଚାହୁଁନାହାନ୍ତି, ତା’ହେଲେ ଆପଣମାନେ କିଣିଥିବା ଟିକେଟକୁ […]

sw

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 05:11 PM IST

ଲଣ୍ଡନ: ଭାରତ ସେମିଫାଇନାଲ୍‌ରେ ହାରିଯିବା ପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟକୁ ଜୋର ଧକ୍କା ଲାଗିଛି। ଆସନ୍ତାକାଲି ଟ୍ରଫି ପାଇଁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଲଢ଼େଇ କରିବେ। କିନ୍ତୁ ଭାରତ ଫାଇନାଲକୁ ଯିବ ବୋଲି ଆଶା କରି ଆଗୁଆ ଟିକେଟ୍‌ କିଣିଥିବା ଭାରତୀୟ ଫ୍ୟାନ୍‌ମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡାର ଜିମ୍ମି ନଶୀମ ଏକ ଅଭିନବ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ପ୍ରିୟର ଭାରତୀୟ କ୍ରିକେଟ ଫ୍ୟାନ, ଆପଣମାନେ ଯଦି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଚାହୁଁନାହାନ୍ତି, ତା’ହେଲେ ଆପଣମାନେ କିଣିଥିବା ଟିକେଟକୁ ଦୟାକରି ଆଇସିସି ଅଫିସିଆଲ ପ୍ଲାଟଫର୍ମରେ ବିକ୍ରି କରି ଦିଅନ୍ତୁ। ଏହାଦ୍ୱାରା ପ୍ରକୃତ କ୍ରିକେଟ ପ୍ରେମୀ ଫାଇନାଲ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇପାରିବେ। ଏହାକୁ ଅନ୍ୟ କୌଣସି ଅର୍ଥରେ ନେବେ ନାହିଁ।”

ଆଇସିସିର ନିୟମ ଅନୁଯାୟୀ, ଯଦି ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍‌ମାନେ ସେମାନଙ୍କ ଟିକେଟ୍‌ ବିକ୍ରି କରିଦେବେ, ତା’ହେଲେ ସେମାନଙ୍କୁ ଟିକେଟର ପୂରା ଦାମ ମିଳିବ।

Related story