ନେପାଳ ମହିଳା କ୍ରିକେଟର୍ ଅଞ୍ଜଳିଙ୍କ ବିଶ୍ୱ ରେକର୍ଡ

ପୋଖରା: ନେପାଳର ମହିଳା କ୍ରିକେଟର୍ ଅଞ୍ଜଳି ଚାନ୍ଦ ଏକ ଅଦ୍ଭୁତ ରେକର୍ଡ କରିଛନ୍ତି, ଯାହାକୁ ସହଜେ ବିଶ୍ୱାସ କରିହେବନି। ସେ ସୋମବାର ବିନା କୌଣସି ରନ୍ ଦେଇ ୬ ୱିକେଟ୍ ନେଇ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛନ୍ତି। କାଠମାଣ୍ଡୁର ପୋଖରାରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ମାଳଦ୍ୱୀପ ବିପକ୍ଷରେ ଏହି ଅବିଶ୍ୱସନୀୟ ପ୍ରଦର୍ଶନ କରିଛନ୍ତି। ଅଞ୍ଜଳି ଟି-୨୦ରେ ମହିଳା ଏବଂ ପୁରୁଷ ବର୍ଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ବୋଲର ହୋଇଛନ୍ତି। WORLD RECORD ALERT ⚠ Nepal’s […]

anjali

Ranjit Kumar Jena
  • Published: Monday, 02 December 2019
  • , Updated: 02 December 2019, 06:13 PM IST

ପୋଖରା: ନେପାଳର ମହିଳା କ୍ରିକେଟର୍ ଅଞ୍ଜଳି ଚାନ୍ଦ ଏକ ଅଦ୍ଭୁତ ରେକର୍ଡ କରିଛନ୍ତି, ଯାହାକୁ ସହଜେ ବିଶ୍ୱାସ କରିହେବନି। ସେ ସୋମବାର ବିନା କୌଣସି ରନ୍ ଦେଇ ୬ ୱିକେଟ୍ ନେଇ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଛନ୍ତି। କାଠମାଣ୍ଡୁର ପୋଖରାରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ମାଳଦ୍ୱୀପ ବିପକ୍ଷରେ ଏହି ଅବିଶ୍ୱସନୀୟ ପ୍ରଦର୍ଶନ କରିଛନ୍ତି। ଅଞ୍ଜଳି ଟି-୨୦ରେ ମହିଳା ଏବଂ ପୁରୁଷ ବର୍ଗରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ବୋଲର ହୋଇଛନ୍ତି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମାଳଦ୍ୱୀପ ଟିମ୍ ମାତ୍ର ୧୬ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ନେପାଳ ମାତ୍ର ୫ ବଲରେ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା। ୨୪ ବର୍ଷୀୟ ଅଞ୍ଜଳି ନିଜର ସପ୍ତମ ଓଭରରେ ତିନୋଟି ଏବଂ ନବମ ଓଭରରେ ଦୁଇଟି ୱିକେଟ୍ ନିଜ ନାଁରେ କରିଥିଲେ। ଇନିଂସର ଏକାଦଶ ଓଭରରେ ସେ ଆଉ ଏକ ୱିକେଟ୍ ନେଇ ମାଳଦ୍ୱୀପ ଇନିଂସର ପରିସମାପ୍ତି ଘଟାଇଥିଲେ। ଏହି ମିଡିୟମ୍ ପେସ୍ ବୋଲର ଜଣକ ପୂରା ମ୍ୟାଚରେ ମାତ୍ର ୧୩ ବଲ୍ ପକାଇଛନ୍ତି। ସେ ନିଜର ଶେଷ ତିନି ବଲରେ ତିନୋଟି ୱିକେଟ୍ ନେଇ ହ୍ୟାଟ୍ରିକ୍ ମଧ୍ୟ ପୂରଣ କରିଛନ୍ତି। ଏହା ସହ ଅଞ୍ଜଳି ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲିଂର ରେକର୍ଡ ନିଜ ନାଁରେ କରିନେଇଛନ୍ତି।

ଏହା ପୂର୍ବରୁ ମାଳଦ୍ୱୀପର ମାସ୍ ଇଲିସା ଚଳିତ ବର୍ଷ ଚାଇନା ବିପକ୍ଷରେ ମାତ୍ର ୩ ରନ୍ ଦେଇ ୬ ୱିକେଟ୍ ନେଇଥିଲେ। ପୁରୁଷ ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲିଂ ରେକର୍ଡ ଭାରତର ଦୀପକ ଚହରଙ୍କ ନାଁରେ ରହିଛି। ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚରେ ସେ ୩.୨ ଓଭରରେ ୭ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ। ଚହରଙ୍କ ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ରହସ୍ୟମୟ ସ୍ପିନର ଅଜନ୍ତା ମେଣ୍ଡିସଙ୍କ ନାଁରେ ଥିଲା। ମେଣ୍ଡିସ୍ ଟି-୨୦ରେ ୮ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

Related story