ଲଣ୍ଡନ୍: ରବିବାର ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୩୮ ବର୍ଷ ପୂରିଛି। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଏକାଥରେ ଦୁଇଟି ବିଶ୍ୱକପ୍ ମ୍ୟାଚ୍ ପାଇଁ ଅଭିନ୍ଦନନ ଜଣାଇଛନ୍ତି। ଅର୍ଥାତ ଭାରତ ସେମି ଫାଇନାଲରେ ଜିତିଲେ ଯାଇ ଫାଇନାଲ ଯିବାକୁ ଥିବାବେଳେ ସଚିନ୍ ଫାଇନାଲ ମ୍ୟାଚ୍ ପାଇଁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି। ଅର୍ଥାତ ପରୋକ୍ଷରେ ସେ କହିଦେଇଛନ୍ତି ଭାରତ ଜୁଲାଇ ୧୪ ଫାଇନାଲରେ ଇଂଲଣ୍ଡ ବା ଅଷ୍ଟ୍ରେଲିଆକୁ ଭେଟିବା ନିଶ୍ଚିତ। କିନ୍ତୁ ଏହାକୁ ନେଇ ନ୍ୟୁଜିଲ୍ୟାଣ୍ଡ କୋଚ୍ ଗ୍ୟାରି ଷ୍ଟେଡ୍ ମୁହଁ ଖୋଲିଛନ୍ତି।
ଯେତେବେଳେ ତାଙ୍କୁ ପଚରାଗଲା ତେନ୍ଦୁଲକରଙ୍କ ଏପରି ଅଭିନନ୍ଦନର କି ପ୍ରତିକ୍ରିୟା ଦେବେ ଗ୍ୟାରି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଏହି ଭାରତୀୟ କିମ୍ବଦନ୍ତୀ କହିଲେ, ମୁଁ ଆଶା କରୁଛି ଆମ ଖେଳାଳିମାନଙ୍କୁ ମଧ୍ୟ ସେ ସେହି ଏହି ଅଭିନନ୍ଦନ ଦେବେ। ଆଗକୁ ଆମର କେହି ଖେଳାଳିଙ୍କ ଜନ୍ମଦିନ ଆସିଲେ ସେ ତାଙ୍କୁ ମଧ୍ୟ ସମାନ ଅଭିନନ୍ଦନ ଜଣାଇବେ।
ସୂଚନାଯୋଗ୍ୟ ଯେ, ସଚିନ ଟ୍ୱିଟର ଯୋଗେ ଧୋନିଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ତୁମକୁ ଜନ୍ମଦିନର ଅଭିନନ୍ଦନ। ଆଗାମୀ ବର୍ଷ ଭଲରେ କଟୁ। ଆଗାମୀ ୨ଟି ମ୍ୟାଚ୍ ପାଇଁ ଶୁଭକାମନା। ଏହି ଟ୍ୱିଟ୍ରେ ୨୦୧୧ ବିଶ୍ୱକପ୍ ବିଜୟ ସମୟର ଏକ ଫଟୋ ଥିଲା।