ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ନାପିଅର: ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌ ପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ ୧୪ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୱେଲିଙ୍ଗଟନ୍‌ରେ ଖେଳାଯିବ। ଆଜି ଘୋଷଣା ହୋଇଥିବା ସ୍କ୍ୱାଡ୍‌ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ବାଦ ପଡ଼ିଥିବା ଅଧିନାୟକ କେନ୍‌ ୱିଲିମସନ୍‌ ଫେରିଛନ୍ତି। ସେହିପରି ଆହତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ ପଡ଼ିଥିବା ଜମି ନିଶାମଙ୍କ ବଦଳ ଖେଳାଳି ଭାବେ […]

nz

Hemant Lenka
  • Published: Wednesday, 30 January 2019
  • , Updated: 30 January 2019, 06:32 PM IST

ନାପିଅର: ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌ ପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ ୧୪ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୱେଲିଙ୍ଗଟନ୍‌ରେ ଖେଳାଯିବ।

ଆଜି ଘୋଷଣା ହୋଇଥିବା ସ୍କ୍ୱାଡ୍‌ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ବାଦ ପଡ଼ିଥିବା ଅଧିନାୟକ କେନ୍‌ ୱିଲିମସନ୍‌ ଫେରିଛନ୍ତି। ସେହିପରି ଆହତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ ପଡ଼ିଥିବା ଜମି ନିଶାମଙ୍କ ବଦଳ ଖେଳାଳି ଭାବେ ସୁଯୋଗ ପାଇଥିବା ଡଗ ବ୍ରେସୱେଲ ୧୪ ଜଣିଆ ସ୍କ୍ୱାଡ୍‌ରେ ପୂର୍ବପରି ରହିଛନ୍ତି।

ତେବେ ହେନେରୀ ନିକୋଲାସଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଡି ମିଚେଲ ଓ ବାଲାଇର ଟିକନେରଙ୍କୁ ପ୍ରଥମଥର ପାଇଁ ୧୪ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ୍‌: କେନ୍‌ ୱିଲିମସନ୍‌(ଅଧିନାୟକ), ଡଗ୍‌ ବ୍ରେସୱେଲ, କୋଲିନ୍‌ ଡି ଗ୍ରାଣ୍ଡହୋମ, ଲୁକି ଫରଗୁସନ(ମ୍ୟାଚ୍‌ ୧ ଓ ୨), ମାର୍ଟିନ ଗପ୍ଟିଲ, ସ୍କଟ କୁଗେଲଜିନ୍‌, ଡି ମିଚିଲେ, କଲିନ୍‌ ମନରୋ, ମିଚେଲ ସାଣ୍ଟନର, ଟିମ୍‌ ସେଇଫର୍ଟ(ୱି), ଈଶ ଶୋଢ଼ି, ଟିମ୍‌ ସାଉଦି, ରସ୍‌ ଟେଲର ଓ ବାଲାଇର ଟିକନେର(ମ୍ୟାଚ୍‌ ୩)।

Related story