ନ୍ୟୁଜିଲ୍ୟାଣ୍ଡକୁ ମିଳିଲା ଏମସିସିର 'ସ୍ପିରିଟ୍ ଅଫ୍ କ୍ରିକେଟ୍‌' ପୁରସ୍କାର

ହାମିଲଟନ୍‌: ଜୁଲାଇରେ ଲର୍ଡ୍ସରେ ଆଇସିସି ବିଶ୍ୱକପ୍ ଫାଇନାଲରେ ବିବାଦୀୟ ପରିସ୍ଥିତିରେ ହାରିଥିବା ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ଖେଳ ଭାବନା କାରଣରୁ ଏମସିସିର ଖ୍ରୀଷ୍ଟୋଫର୍ ମାର୍ଟିନ୍‌-ଜେନକିନ୍ସ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପ୍ରଦାନ କରାଯାଇଛି। ଜୁଲାଇ ୧୪ ତାରିଖରେ ଆୟୋଜିତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା। ମ୍ୟାଚ୍ ପରେ କେନ୍ ୱିଲିୟମସନଙ୍କ ଟିମ୍ ଯେଉଁ ଖେଳୁଆଡ଼ ମନୋଭାବ, ମାନବିକତା ଏବଂ ନିଃସ୍ୱାର୍ଥ ଭାବନା ଦେଖାଇଥିଲା, ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ […]

newzealand

Ranjit Kumar Jena
  • Published: Tuesday, 03 December 2019
  • , Updated: 03 December 2019, 06:49 PM IST

ହାମିଲଟନ୍‌: ଜୁଲାଇରେ ଲର୍ଡ୍ସରେ ଆଇସିସି ବିଶ୍ୱକପ୍ ଫାଇନାଲରେ ବିବାଦୀୟ ପରିସ୍ଥିତିରେ ହାରିଥିବା ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ଖେଳ ଭାବନା କାରଣରୁ ଏମସିସିର ଖ୍ରୀଷ୍ଟୋଫର୍ ମାର୍ଟିନ୍‌-ଜେନକିନ୍ସ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପ୍ରଦାନ କରାଯାଇଛି। ଜୁଲାଇ ୧୪ ତାରିଖରେ ଆୟୋଜିତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା।

ମ୍ୟାଚ୍ ପରେ କେନ୍ ୱିଲିୟମସନଙ୍କ ଟିମ୍ ଯେଉଁ ଖେଳୁଆଡ଼ ମନୋଭାବ, ମାନବିକତା ଏବଂ ନିଃସ୍ୱାର୍ଥ ଭାବନା ଦେଖାଇଥିଲା, ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପୁରସ୍କାର ସମାରୋହରେ ଏମସିସିର ସଭାପତି କୁମାର ସାଙ୍ଗାକାରା କିୱି ଟିମକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସାଙ୍ଗାକାରା କହିଛନ୍ତି, ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଏହି ପୁରସ୍କାର ପାଇଁ ହକଦାର୍। ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଫାଇନାଲରେ ଉନ୍ନତ ପ୍ରଦର୍ଶନ କରିବା ସହ ନିଜ ବ୍ୟବହାରେ ସମସ୍ତଙ୍କ ମନ ଜିଣି ନେଇଥିଲା।

ଫାଇନାଲରେ ୨୪୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡକୁ ଅନ୍ତିମ ତିନି ବଲରେ ୯ ରନ୍ ଆବଶ୍ୟକ ହେଉଥିବା ବେଳେ ମାର୍ଟିନ୍ ଗପ୍ଟିଲଙ୍କ ଥ୍ରୋ' ବେନ୍ ଷ୍ଟୋକ୍ସଙ୍କ ଶରୀରକୁ ସ୍ପର୍ଶ କରି ବାଉଣ୍ଡ୍ରୀ ଅତିକ୍ରମ କରିଯାଇଥିଲା ଏବଂ ଅମ୍ପାୟାର ଇଂଲଣ୍ଡ ଖାତାରେ ୬ ରନ୍ ଯୋଡ଼ିଥିଲେ। ଏହା ପରେ ଇଂଲଣ୍ଡ ମ୍ୟାଚକୁ ଟାଇ କରିଥିଲା। ପରେ ଏହା ସୁପର୍ ଓଭରକୁ ଯାଇଥିଲା। ସୁପର୍ ଓଭର ମଧ୍ୟ ଟାଇ ରହିଥିଲା, କିନ୍ତୁ ବାଉଣ୍ଡ୍ରୀ ଗଣନା ଆଧାରରେ ଇଂଲଣ୍ଡ ବିଜେତା ଘୋଷିତ ହୋଇଥିଲା।

Related story