ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ପାକ୍ ଟିମ୍ ଅପରିବର୍ତ୍ତିତ

ବର୍ମିଂହାମ୍: ଚଳିତ ବିଶ୍ୱକପର ବୁଧବାର ୩୩ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଗତରାତିରେ ବର୍ଷା ଯୋଗୁ ଗ୍ରାଉଣ୍ଡର ଆଉଟ୍ ଫିଲ୍ଡ ଓଦା ରହିଥିଲା, ଯେଉଁକାରଣରୁ ଅଧଘଣ୍ଟା ବିଳମ୍ବରେ ଟସ୍ ପଡ଼ିଥିଲା । ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ସେହିପରି ପାକିସ୍ତାନ ଟିମ୍ ମଧ୍ୟ ଅପରିବର୍ତ୍ତିତ ରହିଛି । ଉଭୟ ନ୍ୟୁଜିଲ୍ୟାଣ୍ଡ୍ ଓ […]

wc 33

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 03:57 PM IST

ବର୍ମିଂହାମ୍: ଚଳିତ ବିଶ୍ୱକପର ବୁଧବାର ୩୩ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଗତରାତିରେ ବର୍ଷା ଯୋଗୁ ଗ୍ରାଉଣ୍ଡର ଆଉଟ୍ ଫିଲ୍ଡ ଓଦା ରହିଥିଲା, ଯେଉଁକାରଣରୁ ଅଧଘଣ୍ଟା ବିଳମ୍ବରେ ଟସ୍ ପଡ଼ିଥିଲା । ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ସେହିପରି ପାକିସ୍ତାନ ଟିମ୍ ମଧ୍ୟ ଅପରିବର୍ତ୍ତିତ ରହିଛି ।

ଉଭୟ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିଫାଇନାଲ୍ ଯିବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ଯଦି ପାକିସ୍ତାନ ଏହି ମ୍ୟାଚ୍ ହାରିଯାଏ, ତାହେଲେ ଟିମର ସେମିଫାଇନାଲ୍ ରାସ୍ତା ବନ୍ଦ ହୋଇଯିବ । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଏହି ମ୍ୟାଚ୍ ଜିତିଲେ, ସିଧାସଳଖ ସେମିରେ ପହଞ୍ଚିଯିବ ।

ନ୍ୟୁଜିଲ୍ୟାଣ୍ଡ୍ ବର୍ତ୍ତମାନ ୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୫ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ନ୍ୟୁଜିଲ୍ୟାଣ୍ଡ୍ ତା'ର ଶେଷ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଏବଂ ପାକିସ୍ତାନ ତା'ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।

ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ: କଲିନ୍ ମୁନରୋ, ମାର୍ଟିନ୍ ଗପ୍ଟିଲ୍, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), କଲିନ୍ ଡି'ଗ୍ରାଣ୍ଡହୋମ, ଜିମ୍ମି ନିଶାମ, ମିଚେଲ୍ ସାଣ୍ଟନର, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ୍ ବୋଲ୍ଟ ।

ପାକିସ୍ତାନ ଏକାଦଶ: ଇମାମ-ଉଲ୍-ହକ୍, ଫକର ଜମାନ୍, ମହମ୍ମଦ ହଫିଜ୍, ହାରିସ୍ ସୋହେଲ, ସର୍ଫରାଜ ଅହମ୍ମଦ (ଅଧିନାୟକ ଓ ୱିକେଟକିପର), ଇମାଦ ୱାସିମ, ଶଦାବ ଖାନ୍, ମହମ୍ମଦ ଆମୀର, ୱାହାବ ରିଆଜ, ଶାହୀନ ଆଫ୍ରିଦି ।

Related story