'ବିରାଟଙ୍କୁ ଏମିତି ଭୁଲ୍ କରୁଥିବାର ଦେଖି ଖୁସି ଲାଗୁଛି'

କ୍ରାଇଷ୍ଟଚର୍ଚ୍ଚ: ପୁଣି ବିଦେଶ ମାଟିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ସାମ୍ନାକୁ ଆସିଛି। ବିଶେଷକରି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଖରାପ ଫର୍ମ କ୍ରିକେଟପ୍ରେମୀଙ୍କୁ ଖୁବ୍ ନିରାଶ କରିଛି। କିନ୍ତୁ ବିରାଟଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନରେ ଖୁସି ପ୍ରକାଶ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର୍ ଟ୍ରେଣ୍ଟ ବୋଲ୍ଟ। ବୋଲ୍ଟ କହିଛନ୍ତି, ବିରାଟଙ୍କୁ ଏଭଳି ଚାପରେ ଭୁଲ୍ ଶଟ୍ ଖେଳୁଥିବାର ଦେଖି ବହୁତ ଖୁସି ଲାଗୁଛି। ବୋଲ୍ଟ ଆହୁରି କହିଛନ୍ତି, “କୋହଲି ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି, ଏଥିରେ କୌଣସି […]

boult

boult

Ranjit Kumar Jena
  • Published: Sunday, 01 March 2020
  • Updated: 01 March 2020, 07:35 PM IST

Sports

Latest News

କ୍ରାଇଷ୍ଟଚର୍ଚ୍ଚ: ପୁଣି ବିଦେଶ ମାଟିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ସାମ୍ନାକୁ ଆସିଛି। ବିଶେଷକରି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଖରାପ ଫର୍ମ କ୍ରିକେଟପ୍ରେମୀଙ୍କୁ ଖୁବ୍ ନିରାଶ କରିଛି। କିନ୍ତୁ ବିରାଟଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନରେ ଖୁସି ପ୍ରକାଶ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର୍ ଟ୍ରେଣ୍ଟ ବୋଲ୍ଟ।

ବୋଲ୍ଟ କହିଛନ୍ତି, ବିରାଟଙ୍କୁ ଏଭଳି ଚାପରେ ଭୁଲ୍ ଶଟ୍ ଖେଳୁଥିବାର ଦେଖି ବହୁତ ଖୁସି ଲାଗୁଛି। ବୋଲ୍ଟ ଆହୁରି କହିଛନ୍ତି, "କୋହଲି ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି, ଏଥିରେ କୌଣସି ସନ୍ଦେହ ନାହିଁ। ବିରାଟଙ୍କ ଉପରେ ଚାପ ପକାଇବା ଆମର ମୁଖ୍ୟ ରଣନୀତି ଥିଲା ଏବଂ ଏଥିରେ ସଫଳ ମଧ୍ୟ ହେଲୁ। ବିରାଟ୍ ଏପର୍ଯ୍ୟନ୍ତ ଚାରୋଟି ଯାକ ଇନିଂସରେ ଭୁଲ୍ କରିଛନ୍ତି। ଆମେ ଭାଗ୍ୟବାନ୍ ଯେ, ତାଙ୍କ ବ୍ୟାଟରୁ ରନ୍ ବାହାରି ନାହିଁ।

କୋହଲି ଫେଲ୍ ହେବା ଦ୍ୱାରା ଏହା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ମଧ୍ୟ ଚାପ ପକାଇଥିଲା। ସାଧାରଣତଃ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଲୋ ଏବଂ ସ୍ଲୋ' ପିଚରେ ଖେଳିବାରେ ମାହିର୍। ଏହି କାରଣରୁ ସେମାନଙ୍କୁ ଏଠାରେ ଖେଳିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଏହାସହ ଆମେ ସେମାନଙ୍କ ଉପରେ ଆରମ୍ଭରୁ ଚାପରେ ରଖିଥିଲୁ। ଆମ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଭାରତରେ ଖେଳିବା ଠିକ୍ ସେହିଭଳି ସ୍ଥିତି ହୋଇଥାଏ। ଆମେ ଲୋ ଏବଂ ସ୍ଲୋ ୱିକେଟରେ ଖେଳିବାରେ ସେତେଟା ଅଭ୍ୟସ୍ତ ନୁହଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos