ନୀତା ଅମ୍ବାନୀ କଲେ ଖୁଲାସା: ହାର୍ଦ୍ଦିକ ପାଣ୍ଡ୍ୟା ୩୦୦ ଟଙ୍କା ପାଇଁ କରୁଥିଲେ ଏହି କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଫୁଲ୍‌ ଫର୍ମରେ ଅଛନ୍ତି। ସେ ଏଭଳି ଖେଳାଳି ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି ଯିଏକି ୩ଟି ଫର୍ମାଟରେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ହାର୍ଦ୍ଦିକ ବୁହୁତ କମ ସମୟ ମଧ୍ୟରେ ନିଜର ପ୍ରଦର୍ଶନ ବଳରେ ଅନେକଙ୍କୁ ପଛରେ ପକାଇଦେଇଛନ୍ତି। ହାର୍ଦ୍ଦିକଙ୍କ ସହ ତାଙ୍କ ବଡ଼ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ କ୍ରିକେଟ୍‌ ଜୀବନ ସହଜ ନଥିଲା। ସେ ମଧ୍ୟ ଅନେକ ବାଧାବିଘ୍ନ ସହି ଅଜି ଷ୍ଟାର୍‌ କ୍ରିକେଟର୍‌ ହୋଇପାରିଛନ୍ତି। […]

212115-nita-ambani-hardik-krunal-pandya

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 01:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଫୁଲ୍‌ ଫର୍ମରେ ଅଛନ୍ତି। ସେ ଏଭଳି ଖେଳାଳି ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି ଯିଏକି ୩ଟି ଫର୍ମାଟରେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ହାର୍ଦ୍ଦିକ ବୁହୁତ କମ ସମୟ ମଧ୍ୟରେ ନିଜର ପ୍ରଦର୍ଶନ ବଳରେ ଅନେକଙ୍କୁ ପଛରେ ପକାଇଦେଇଛନ୍ତି। ହାର୍ଦ୍ଦିକଙ୍କ ସହ ତାଙ୍କ ବଡ଼ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ କ୍ରିକେଟ୍‌ ଜୀବନ ସହଜ ନଥିଲା। ସେ ମଧ୍ୟ ଅନେକ ବାଧାବିଘ୍ନ ସହି ଅଜି ଷ୍ଟାର୍‌ କ୍ରିକେଟର୍‌ ହୋଇପାରିଛନ୍ତି।

ଏହି ଦୁଇ ଭାଇଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ଯେତେବେଳେ ପରିବାର ଚଳିବା ପାଇଁ ଟଙ୍କା ଆବଶ୍ୟକ ଥିଲା ସେତେବେଳେ ହାର୍ଦ୍ଦିକ ମାତ୍ର ୩୦୦ ଟଙ୍କା ପାଇଁ ଗୁଜରାଟର ଗାଁ ଗାଁ ବୁଲି କ୍ରିକେଟ୍‌ ଖେଳୁଥିଲେ। ନିକଟରେ ଏକ କର୍ଯ୍ୟକ୍ରମରେ ନୀତା ଅମ୍ବାନୀ ଏହି ଦୁଇ ଭାଇଙ୍କ ଇମୋସ୍‌ନାଲ୍‌ କାହାଣୀ ବିଷୟରେ କହିଥିଲେ।

ବର୍ତ୍ତମାନ ଏହି ଦୁଇ କ୍ରିକେଟ୍‌ ଭ୍ରାତା ଆଇପିଏଲ୍‌ରେ ଷ୍ଟାର୍‌ କ୍ରିକେଟର୍‌। କ୍ରୁନାଲ ଓ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳୁଛନ୍ତି। ହାର୍ଦ୍ଦିକ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ, ୩୮ଟି ଦିନିକିଆ ଓ ୩୦ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ଟେଷ୍ଟରେ ହାର୍ଦ୍ଦିକ ୬ଟି ମ୍ୟାଚରୁ ୨୯୭ ରନ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ସାମିଲ। ସେହିପରି ୩୮ଟି ଦିନିକିଆରୁ ହାର୍ଦ୍ଦିକ ୬୨୮ରନ କରିବା ସହ ୩୯ଟି ୱିକେଟ୍‌ ହାସଲ କରିଛନ୍ତି। ଅନ୍ୟପଟେ ଟି-ଟ୍ୱେଣ୍ଟିରେ ହାର୍ଦ୍ଦିକ ୩୦ଟି ମ୍ୟାଚ୍‌ରୁ ୧୮୮ ରନ କରିଥିବା ବେଳେ ୨୬ଟି ୱିକେଟ୍‌ ହାସଲ କରିଛନ୍ତି।

Related story