କ୍ରୀଡ଼ାମନ୍ତ୍ରୀଙ୍କ କଡ଼ା କଥା: ସୀମାରେ ଶାନ୍ତି ନ ଫେରିବା ଯାଏଁ ଷ୍ଟାଡିୟମରେ ହେବନି ସା‍କ୍ଷାତ

ନୂଆଦିଲ୍ଲୀ: ସୀମାପାର କେବଳ ଦୁଇ ପଡ଼ୋଶୀ ଭାରତ ଓ ପାକିସ୍ତାନର କୂଟନୀତି ଉପରେ ପ୍ରଭାବ ପକାଉନାହିଁ। ଏଥିପାଇଁ ସବୁ ବର୍ଗରେ ସବୁସ୍ତରରେ ସମସ୍ୟା ଉପୁଜୁଛି। ଏହି ଆତଙ୍କବାଦର ପ୍ରଭାବ ଉଭୟ ଦେଶର କ୍ରୀଡା ଉପରେ ମଧ୍ୟ ପଡୁଛି। ବିଶେଷ କରି କ୍ରିକେଟ୍‌କୁ ନେଇ ସମସ୍ୟା ଜଟିଳ ହେବାରେ ଲାଗିଛି। ସୀମା ପାରରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ ହେବା ପର୍ଯ୍ୟନ୍ତ  ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ସମ୍ଭବ ନୁହେଁ ବୋଲି ଭାରତୀୟ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ […]

vijaygoyal

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 08:21 PM IST

ନୂଆଦିଲ୍ଲୀ: ସୀମାପାର କେବଳ ଦୁଇ ପଡ଼ୋଶୀ ଭାରତ ଓ ପାକିସ୍ତାନର କୂଟନୀତି ଉପରେ ପ୍ରଭାବ ପକାଉନାହିଁ। ଏଥିପାଇଁ ସବୁ ବର୍ଗରେ ସବୁସ୍ତରରେ ସମସ୍ୟା ଉପୁଜୁଛି। ଏହି ଆତଙ୍କବାଦର ପ୍ରଭାବ ଉଭୟ ଦେଶର କ୍ରୀଡା ଉପରେ ମଧ୍ୟ ପଡୁଛି। ବିଶେଷ କରି କ୍ରିକେଟ୍‌କୁ ନେଇ ସମସ୍ୟା ଜଟିଳ ହେବାରେ ଲାଗିଛି। ସୀମା ପାରରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ ହେବା ପର୍ଯ୍ୟନ୍ତ  ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ସମ୍ଭବ ନୁହେଁ ବୋଲି ଭାରତୀୟ କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ରୋକଠୋକ କହି ଦେଇଛନ୍ତି। ଯାହା ଦୁଇ ଦେଶ ମଧ୍ୟରେ କୌଣସି ସିରିଜ ହେବାକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି। ଏପରି କି ଦ୍ୱିପାକ୍ଷିକ ସିରିଜ ପାଇଁ ପିସିବି ସହିତ କୌଣସି ଆଲୋଚନା ପୂର୍ବରୁ ଭାରତ ସରକାରଙ୍କ ସହିତ ବିସିସିଆଇ ଆଲୋଚନା କରିବା ଦରକାର ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି।

ସୀମାରେ ଯେପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ନ ହୋଇଛି ପାକିସ୍ତାନ କ୍ରୀଡାବିତ୍ ଭାରତରେ ଖେଳିପାରିବେ ନାହିଁ ବୋଲି ପୂର୍ବରୁ ଗୋଏଲ କହିଥିଲେ।

ଆଗକୁ ଦୁବାଇରେ ବିସିସିଆଇ ଓ ପିସିବି ମଧ୍ୟରେ ସିରିଜ ନେଇ ଆଲୋଚନା ହେବାକୁ ଥିଲା। ଏହା ପୂର୍ବରୁ କ୍ରୀଡାମନ୍ତ୍ରୀଙ୍କ ଏହି ବୟାନ ଉଭୟ ଦେଶ ମଧ୍ୟରେ କ୍ରିକେଟ ସିରିଜ ଖେଳାଯିବା ଆଶାକୁ ଅନ୍ଧାରକୁ ଠେଲି ଦେଇଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମ୍ୟାଚ ଅନୁଷ୍ଠିତ ହୋଇ ପାରୁ ନ ଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏଥିପାଇଁ ବିସିସିଆଇକୁ ଦାୟୀ କରି ୬୯.୪ ମିଲିୟନ କ୍ଷତିପୂରଣର ଦେବାକୁ ନୋଟିସ ପଠାଇଛି।

Related story