ଜନ୍ମ ଦିନରେ ଧୱନଙ୍କ ଏକ ରେକର୍ଡ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଗବର ଭାବେ ପରିଚିତ ଓପନର୍‌ ଶିଖର ଧୱନ୍‌ ଆଜି ୩୩ ବର୍ଷରେ ପାଦ ଦେଇଛନ୍ତି। ଅର୍ଥାତ ଆଜି ଶିଖର ଧୱନଙ୍କ ଜନ୍ମ ଦିନ। ଏହି ଜନ୍ମ ଦିନରେ ଧୱନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ କରିଥିବା ଏକ ରେକର୍ଡ ଉପରେ ଆସନ୍ତୁ ନଜର ପକାଇବା। ଧୱନ୍‌ ବିଶ୍ୱର ଏକମାତ୍ର ଖେଳାଳି ଭାବେ ଟେଷ୍ଟ ଡେବ୍ୟୁରେ ଦ୍ରୁତତମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ଆଜି ପର୍ଯ୍ୟନ୍ତ ରଖିଛନ୍ତି। ସେ ୨୦୧୩ରେ ଅଷ୍ଟ୍ରେଲିଆ […]

image_20130210183605

Hemant Lenka
  • Published: Wednesday, 05 December 2018
  • , Updated: 05 December 2018, 05:13 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଗବର ଭାବେ ପରିଚିତ ଓପନର୍‌ ଶିଖର ଧୱନ୍‌ ଆଜି ୩୩ ବର୍ଷରେ ପାଦ ଦେଇଛନ୍ତି। ଅର୍ଥାତ ଆଜି ଶିଖର ଧୱନଙ୍କ ଜନ୍ମ ଦିନ। ଏହି ଜନ୍ମ ଦିନରେ ଧୱନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ କରିଥିବା ଏକ ରେକର୍ଡ ଉପରେ ଆସନ୍ତୁ ନଜର ପକାଇବା। ଧୱନ୍‌ ବିଶ୍ୱର ଏକମାତ୍ର ଖେଳାଳି ଭାବେ ଟେଷ୍ଟ ଡେବ୍ୟୁରେ ଦ୍ରୁତତମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ଆଜି ପର୍ଯ୍ୟନ୍ତ ରଖିଛନ୍ତି। ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ରେ ସେ ମାତ୍ର ୮୫ଟି ବଲ୍‌ରେ ଶତକ ହାସଲ କରିଥିଲେ।

ପୂର୍ବରୁ ବିଶ୍ୱର କୌଣସି ବ୍ୟାଟସ୍‌ମ୍ୟାନ୍‌ ଡେବ୍ୟୁରେ ଏତେ କମ୍‌ ବଲ୍‌ରେ ଶତକ ହାସଲ କରି ନଥିଲେ। ଧୱନ୍‌ଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଡ୍ୱେନ୍‌ ସ୍ମିଥ୍‌ ୯୩ଟି ବଲ୍‌ରେ ଶତକ ହାସଲ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦୪ରେ ଏହି ରେକର୍ଡ କରିଥିଲେ। କିନ୍ତୁ ଧୱନ୍‌ ୨୦୧୩ରେ ଏହାକୁ ଭାଙ୍ଗି ଦେଇଥିଲେ। ଏହି ଇନିଂସ୍‌ରେ ଧୱନ୍‌ ୧୭୪ ବଲ୍‌ରେ ୧୮୭ ରନ୍‌ କରିଥିଲେ।

Related story