ପାଣ୍ଡ୍ୟା ଗଲେ ନ୍ୟୁଜିଲ୍ୟାଣ୍ଡ, ଏବେ ବିଜୟଙ୍କର କ’ଣ ହେବ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କ ଉପରେ ବିସିସିଆଇ ଲାଗୁ କରିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛି। ଏହି ଆଦେଶ ପ୍ରତ୍ୟାହାର ପରେ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଟିମ୍‌ ସହ ଯୋଗଦେବାକୁ ଯାଇଛନ୍ତି। ତେବେ ତୃତୀୟ ଦିନିକିଆରୁ ହିଁ ସେ ଦଳ ସହ ସାମିଲ ହେବେ। କିନ୍ତୁ ଏଠି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପାଣ୍ଡ୍ୟାଙ୍କ ବଦଳରେ ବିଜୟ ଶଙ୍କରଙ୍କୁ ବିସିସିଆଇ ନ୍ୟୁଜିଲ୍ୟାଣ୍ଡ କାହିଁକି ପଠାଇଥିଲା। ବିଜୟ ମଧ୍ୟ […]

v

Hemant Lenka
  • Published: Friday, 25 January 2019
  • , Updated: 25 January 2019, 09:13 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କ ଉପରେ ବିସିସିଆଇ ଲାଗୁ କରିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛି। ଏହି ଆଦେଶ ପ୍ରତ୍ୟାହାର ପରେ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଟିମ୍‌ ସହ ଯୋଗଦେବାକୁ ଯାଇଛନ୍ତି। ତେବେ ତୃତୀୟ ଦିନିକିଆରୁ ହିଁ ସେ ଦଳ ସହ ସାମିଲ ହେବେ।

କିନ୍ତୁ ଏଠି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପାଣ୍ଡ୍ୟାଙ୍କ ବଦଳରେ ବିଜୟ ଶଙ୍କରଙ୍କୁ ବିସିସିଆଇ ନ୍ୟୁଜିଲ୍ୟାଣ୍ଡ କାହିଁକି ପଠାଇଥିଲା। ବିଜୟ ମଧ୍ୟ ଦୁଇଟି ମ୍ୟାଚ୍‌ରେ କିଛି ଖରାପ ଖେଳ ପ୍ରଦର୍ଶନ କରିନାହାନ୍ତି। ତେଣୁ ପାଣ୍ଡ୍ୟା ଯଦି ଯିବେ,ଳ ତା’ହେଲେ ବିଜୟ କ’ଣ କରିବେ? କ’ଣ ତାଙ୍କୁ ଟିମ୍‌ରେ ସ୍ଥାନ ମିଳିବ? ନା ତାଙ୍କୁ ପାଣ୍ଡ୍ୟା ଆସିଯିବାରୁ ସ୍ୱଦେଶ ଫେରି ଆସିବାକୁ କୁହାଯିବ, ଏଭଳି ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଏ ସମ୍ପର୍କରେ ମତ ଦେଇ କିମ୍ବଦନ୍ତୀ କ୍ରିକେଟ୍‌ର ସୁନୀଲ ଗାଭାସ୍କର କହିଛନ୍ତି, “ ସବୁଠାରୁ ବଡ଼ ପ୍ରଶ୍ନ ହେଲା କ’ଣ ପାଇଁ ନିଲମ୍ବନ ଲାଗୁ କରାଯାଇଥିଲା? ତେବେ ବିନା ଶୁଣାଣିରେ କେମିତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଗଲା? ଭୁଲି ଯାଆନ୍ତୁ ସବୁ କଥା। ହାର୍ଦ୍ଦିକ ବିଶ୍ୱକପ୍‌ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତେଣୁ ତାଙ୍କର ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଭଲ ସୂଚନା।

ତେବେ ବିଜୟ ଶଙ୍କର ବର୍ତ୍ତମାନ ଦୁଇଟି ମ୍ୟାଚ୍‌ ଖେଳି ଭଲ ପ୍ରଦର୍ଶନ କରିଛନ୍ତି। ଟିମ୍‌ରେ ଏବେ ତାଙ୍କ ସ୍ଥାନ କେଉଁଠି? ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡ ଯାଇଥିବାରୁ କ’ଣ ବିସିସିଆଇ ତାଙ୍କୁ ଫେରାଇ ଆଣିବ? ମୁଁ ଜାଣିଛି ୨୦, ୩୦ ଜଣଙ୍କୁ ରଖିବା ପାଇଁ ବିସିସିଆଇ ସକ୍ଷମ। ଅଷ୍ଟ୍ରେଲିଆରେ ମଧ୍ୟ ଆମେ ୧୯ ଜଣିଆ ସ୍କ୍ୱାଡ୍‌ ଦେଖିଥିଲୁ।”

Related story