କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍

ଭୁବନେଶ୍ୱର: ମା’ ଓ ବାପା କ୍ୟାନସର ଯୁଦ୍ଧରେ ହାରିଗଲେ। ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ମଧ୍ୟ କ୍ୟାନସର ଯୋଗୁ ଆଖି ବୁଜିଲେ। ତେବେ ମା’ ଓ ସମ୍ପର୍କୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଥିବା କଟକର ଅଭିମନ୍ୟୁ ଦାସ ଏବେ କ୍ୟାନସର ରୋଗୀଙ୍କ ସେବା କରିବାରେ ଲାଗିଛନ୍ତି। ଅଭିମନ୍ୟୁଙ୍କଙ୍କ ଏହି ମହତ କାମକୁ ଆଜି ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାସ ହେଉଛନ୍ତି କଟକର ଜଣେ ସାମାଜିକ କର୍ମୀ। ତାଙ୍କ […]

du

Hemant Lenka
  • Published: Wednesday, 22 July 2020
  • , Updated: 22 July 2020, 02:55 PM IST

ଭୁବନେଶ୍ୱର: ମା’ ଓ ବାପା କ୍ୟାନସର ଯୁଦ୍ଧରେ ହାରିଗଲେ। ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ମଧ୍ୟ କ୍ୟାନସର ଯୋଗୁ ଆଖି ବୁଜିଲେ। ତେବେ ମା’ ଓ ସମ୍ପର୍କୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଥିବା କଟକର ଅଭିମନ୍ୟୁ ଦାସ ଏବେ କ୍ୟାନସର ରୋଗୀଙ୍କ ସେବା କରିବାରେ ଲାଗିଛନ୍ତି। ଅଭିମନ୍ୟୁଙ୍କଙ୍କ ଏହି ମହତ କାମକୁ ଆଜି ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍।

ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାସ ହେଉଛନ୍ତି କଟକର ଜଣେ ସାମାଜିକ କର୍ମୀ। ତାଙ୍କ ମା’ ଓ ସମ୍ପର୍କୀୟମାନେ କ୍ୟାନସରେ ପ୍ରାଣ ହରାଇଥିବାରୁ ସେ ଏବେ କ୍ୟାନସର ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି।

ଅଭିମନ୍ୟୁଙ୍କ ଉଦ୍ଦେଶ୍ୟରେ ଆଜି କ୍ରିକେଟର୍ ମହମ୍ମଦ କୈଫ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ କ୍ୟାନସରରେ ନିଜ ମା' ଓ ସମ୍ପର୍କୀଙ୍କୁ ହରାଇଥିବା ଓଡ଼ିଶାର ବୁକ୍ ବାଇଣ୍ଡର୍ ଅଭିମନ୍ୟୁ ଦାସଙ୍କୁ ନିଜର ମହତ କାମ ପାଇଁ ମୁଁ ସାଲ୍ୟୁଟ୍ କରୁଛି। ସେ ଗରିବ କ୍ୟାନସର ରୋଗୀଙ୍କ ସେବା କରିବା ସହ ପରିତ୍ୟକ୍ତ ମୃତଦେହକୁ ସତ୍କାର କରୁଛନ୍ତି ଓ ଅସହାୟଙ୍କୁ ଅନ୍ତିମ ସଂସ୍କାର ବେଳେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଉଛନ୍ତି। ସେ ଯେଉଁ ମଣିଷପଣିଆ ଦେଖାଇ ନିଃସ୍ୱାର୍ଥ ଭାବନାରେ ଲୋକଙ୍କ ସେବା କରୁଛନ୍ତି, ତାହା ପ୍ରଶଂସନୀୟ। ତାଙ୍କର ଏହି କାମ ଈଶ୍ୱରଙ୍କ ସେବା ସହ ସମାନ ବୋଲି କୈଫ୍‌ ଉଲ୍ଲେଖ କରିଛନ୍ତି।

https://twitter.com/MohammadKaif/status/1285441343372718080?s=20

ସମସ୍ତ ଅଭାବ ଅନଟକ ସତ୍ତ୍ୱେ ଅଭିମନ୍ୟୁ କ୍ୟାନସର ରୋଗୀଙ୍କ ସେବା କରିଚାଲିଛନ୍ତି। ଏପର୍ଯ୍ୟନ୍ତ ସେ ୭ହଜାର ରୋଗୀ ଓ ୧୩୦୦ ମୃତଦେହର ଅନ୍ତିମ ସଂସ୍କାର କରିସାରିଛନ୍ତି। ଅଭିମନ୍ୟୁ କ୍ୟାନସରରେ ନିଜ ବାପା, ମା', ଦାଦା ଓ ଭିଣୋଇଙ୍କୁ ହରାଇ ସାରିଛନ୍ତି। ପରିବାରର ୪ଜଣଙ୍କୁ କ୍ୟାନସରରେ ହରାଇବା ଅଭିମନ୍ୟୁଙ୍କୁ ବହୁତ ବାଧିଥିଲା ଓ ଏହି କାରଣରୁ ସେବେଠାରୁ ସେ କ୍ୟାନସର୍ ରୋଗୀଙ୍କ ସେବା କରିଆସୁଛନ୍ତି।

ସେ କେବଳ ରୋଗୀଙ୍କ ସେବା କରୁନାହାନ୍ତି ବରଂ ଏହି ରୋଗରେ ପ୍ରାଣ ହରାଇଥିବା ମୃତଦେହର ଅନ୍ତିମ ସଂସ୍କାର, ଅସହାୟ ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇଛନ୍ତି। ଏହାଛଡ଼ା କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଥିବା ରୋଗୀଙ୍କ ବେଡକୁ ସଫା କରିବା ସହ ସେମାନଙ୍କୁ ଗାଧୋଇ ଦିଅନ୍ତି। ଏହି ମହତ କାମ ପାଇଁ ତାଙ୍କୁ ଓଡ଼ିଶା ସିଟିଜେନ୍ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି।

Related story