ଓଡ଼ିଆ ଶୁଟର୍ ଶ୍ରୀୟଙ୍କା ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପୁଣିଥରେ କମାଲ୍ କରିଛନ୍ତି ଓଡ଼ିଶାର ଷ୍ଟାର୍ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ୍ ଶୁଟିଂ ଚାମ୍ପିଅନଶିପରେ ଶ୍ରୀୟଙ୍କା ୧୦ ମିଟର ରାଇଫଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ଚାମ୍ପିଅନଶିପର ପୁରସ୍କାର ବିତରଣ ଉତ୍ସବରେ ଜାତୀୟ ରାଇଫଲ୍ ଆସୋସିଏସନର ଉପସଭାପତି ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ଶ୍ରୀୟଙ୍କାଙ୍କୁ ଚାରିଆଡ଼ୁ ଅଭିନନ୍ଦନ ଜ୍ଞାପନ କରାଯାଉଛି। ଚଳିତ ବର୍ଷ ଶ୍ରୀୟଙ୍କାଙ୍କ ପାଇଁ ବେଶ୍ ସଫଳ […]

sriyanka

Hemant Lenka
  • Published: Sunday, 23 June 2019
  • , Updated: 23 June 2019, 08:13 PM IST

ଭୁବନେଶ୍ୱର: ପୁଣିଥରେ କମାଲ୍ କରିଛନ୍ତି ଓଡ଼ିଶାର ଷ୍ଟାର୍ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ୍ ଶୁଟିଂ ଚାମ୍ପିଅନଶିପରେ ଶ୍ରୀୟଙ୍କା ୧୦ ମିଟର ରାଇଫଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି।

ଚାମ୍ପିଅନଶିପର ପୁରସ୍କାର ବିତରଣ ଉତ୍ସବରେ ଜାତୀୟ ରାଇଫଲ୍ ଆସୋସିଏସନର ଉପସଭାପତି ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ଶ୍ରୀୟଙ୍କାଙ୍କୁ ଚାରିଆଡ଼ୁ ଅଭିନନ୍ଦନ ଜ୍ଞାପନ କରାଯାଉଛି।

ଚଳିତ ବର୍ଷ ଶ୍ରୀୟଙ୍କାଙ୍କ ପାଇଁ ବେଶ୍ ସଫଳ ରହିଆସିଛି। ଜାତୀୟ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଶ୍ରୀୟଙ୍କା ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ମେ' ମାସରେ ଜର୍ମାନୀର ହାନୋଭରଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଶୁଟିଂ ପ୍ରତିଯୋଗିତାରେ ଶ୍ରୀୟଙ୍କା ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିପରି ମେ' ମାସରେ ଚେକ୍ ରିପବ୍ଲିକର ପ୍ଲାଜେନଠାରେ ଅନୁଷ୍ଠିତ ୫୦ତମ ଗ୍ରାଁ ପ୍ରି' ଲିବରେସନ୍ ଶୁଟିଂ ଚାମ୍ପିଅନଶିପରେ ଶ୍ରୀୟଙ୍କା ଗଗନ ନାରଙ୍ଗଙ୍କ ସହ ମିଶି ୧୦ ମିଟର ଏୟାର ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related story