ରଣଜୀ ଟ୍ରଫି: ହରିଆଣା ପ୍ରଥମ ଇନିଂସରେ ଆଗୁଆ, ତୃତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶା ୫୦/୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ହରିଆଣା ମଧ୍ୟରେ ଏଠାରେ ଚାଲିଥିବା ଗ୍ରୁପ-ସି’ ରଣଜୀ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଛି। ଓଡ଼ିଶାର ୩୨୪ ରନ୍ ଜବାବରେ ହରିଆଣା ଜବରଦସ୍ତ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସ୍‌ରେ ୪୪୨ ରନ୍ କରି ଅଲ୍ ଆଉଟ୍ ହୋଇଛି। ଫଳରେ ହରିଆଣା ପ୍ରଥମ ଇନିଂସ୍‌ରେ ୧୧୮ ରନ୍‌ର ବଡ଼ ବ୍ୟବଧାନ ହାସଲ କରିଛି। ହରିଆଣା ପକ୍ଷରୁ ହିମାଂଶୁ ରାଣା ସର୍ବାଧିକ ୧୬୪ ରନ୍ କରିଥିବା ବେଳେ ଚୈତନ୍ୟ […]

hariana

hariana

Subrat Kumar Nayak
  • Published: Saturday, 03 November 2018
  • Updated: 03 November 2018, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଓ ହରିଆଣା ମଧ୍ୟରେ ଏଠାରେ ଚାଲିଥିବା ଗ୍ରୁପ-ସି’ ରଣଜୀ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଛି। ଓଡ଼ିଶାର ୩୨୪ ରନ୍ ଜବାବରେ ହରିଆଣା ଜବରଦସ୍ତ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସ୍‌ରେ ୪୪୨ ରନ୍ କରି ଅଲ୍ ଆଉଟ୍ ହୋଇଛି। ଫଳରେ ହରିଆଣା ପ୍ରଥମ ଇନିଂସ୍‌ରେ ୧୧୮ ରନ୍‌ର ବଡ଼ ବ୍ୟବଧାନ ହାସଲ କରିଛି।

ହରିଆଣା ପକ୍ଷରୁ ହିମାଂଶୁ ରାଣା ସର୍ବାଧିକ ୧୬୪ ରନ୍ କରିଥିବା ବେଳେ ଚୈତନ୍ୟ ବିଷ୍ଣୋଇ ୭୫, ହର୍ଷଲ ପଟେଲ ୭୨ ଓ ପ୍ରମୋଦ ଚାନ୍ଦିଲା ୫୩ ରନ୍ କରିଛନ୍ତି ।

ସେହିପରି ଓଡ଼ିଶା ପକ୍ଷରୁ ତିନି ଡେବୁଣ୍ଟାଣ୍ଟ- ଦେବବ୍ରତ ପ୍ରଧାନ ୩ଟି, ରାଜେଶ ମହାନ୍ତି ୨ଟି ଓ ପପୁ ରୟ ଗୋଟିଏ ୱିକେଟ୍ ହାସଲ କରିଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ୍‌ରେ ଗୋଟିଏ ୱିକେଟ୍ ହରାଇ ୫୦ ରନ୍ କରିଛି। ଅନୁରାଗ ଷଡଙ୍ଗୀ ୧୭ ଓ ଗୋବିନ୍ଦ ପୋଦ୍ଦାର ୨୨ ରନ୍ କରି ଅପରାଜିତ ରହିଛନ୍ତି।

ଇନିଂସ୍ ପରାଜୟରୁ ବର୍ତ୍ତିବା ପାଇଁ ଦଳକୁ ଆହୁରି ୬୮ ରନ୍ ଆବଶ୍ୟକ ହେଉଥିବା ବେଳେ ଆସନ୍ତାକାଲି ମ୍ୟାଚ୍‌ର ଅନ୍ତିମ ଦିନ। ଯଦି ମ୍ୟାଚ୍‌ ଡ୍ର ରହେ, ତା’ହେଲେ ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ହରିଆଣାକୁ ୩ ପଏଣ୍ଟ ଏବଂ ଓଡ଼ିଶାକୁ ମାତ୍ର ଗୋଟିଏ ପଏଣ୍ଟ ମିଳିବ।

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ହରିଆଣା ୩ ୱିକେଟ୍‌ ହରାଇ ୨୩୯ ରନ୍‌ କରିଥିଲା। ଆଜି ଖେଳ ଆରମ୍ଭରୁ ହିଁ ହରିଆଣାର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ହିମାଂଶୁ ରାଣା ଓ ପ୍ରମୋଦ ଓଡ଼ିଶାର ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଉଭୟ ଚତୁର୍ଥ ୱିକେଟ୍ ପାଇଁ ୧୨୨ ରନ୍‌ ଯୋଡ଼ିଥିଲେ। ପ୍ରମୋଦ ୧୦୭ ବଲ୍‌ରେ ୭ ଚୌକା ସହ ୫୩ ରନ୍ କରି ଦେବବ୍ରତଙ୍କ ବଲ୍‌ରେ ସୁଜିତ୍ ଲେଙ୍କାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଦେବବ୍ରତ ହିମାଂଶୁ(୧୬୪)ଙ୍କ ଗୁରୁତ୍ୱପୂର୍ଣର୍ ୱିକେଟ୍ ନେଇ ଓଡ଼ିଶାର କମ୍‌ବ୍ୟାକ୍‌ କରାଇଥିଲେ।

ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା (୧)ଙ୍କୁ ଅଭିଜ୍ଞ ସୂର୍ଯ୍ୟକାନ୍ତ ବେହେରା ଆଉଟ୍ କରି ଦଳକୁ ଷଷ୍ଠ ସଫଳତା ଦେଇଥିବା ବେଳେ ଜୟନ୍ତ ଯାଦବ (୯)ଙ୍କୁ ପପୁ ରୟ ପ୍ୟାଭିଲିୟନ୍ ପଠାଇଥିଲେ। ଏଭଳି ସ୍ଥିତିରେ ହରିଆଣା ଟିମ୍ ଶୀଘ୍ର ଅଲ୍ ଆଉଟ୍ ହୋଇଯିବ ବୋଲି ଲାଗୁଥିଲା। କିନ୍ତୁ ହର୍ଷଲ ପଟେଲ ଓ ଅଜିତ୍ ଚହଲ ଅଷ୍ଟମ ୱିକେଟ୍ ପାଇଁ ୭୯ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୪୦୦ ପାର କରାଇଥିଲେ। ଚହଲ (୨୭)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍ କରିଥିବା ବେଳେ ହର୍ଷଲଙ୍କ ୱିକେଟ୍‌ ସୂର୍ଯ୍ୟକାନ୍ତଙ୍କୁ ମିଳିଥିଲା। ଅଧିନାୟକ ମୋହିତ ଶର୍ମା (୭)ଙ୍କୁ ଆଉଟ୍ କରି ଗୋବିନ୍ଦ ହରିଆଣା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଦ୍ୱିତୀୟ ଇନିଂସରେ ଓଡ଼ିଶା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ସନ୍ଦୀପ ପଟ୍ଟନାୟକ ୬ ରନ୍ କରି ଜୟନ୍ତ ଯାଦବଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ତେବେ ଦ୍ୱିତୀୟ ୱିକେଟ୍‌ ପାଇଁ ଅନୁରାଗ ଓ ଗୋବିନ୍ଦ ସ୍ଥିତି ସମ୍ଭାଳି ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story