ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟି-୨୦, ଓଡ଼ିଶାର ହ୍ୟାଟ୍ରିକ୍ ବିଜୟ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସିନିୟର କ୍ରିକେଟ୍ ଟିମ୍ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ବୁଧବାର ଗ୍ରୁପ-ଡି’ର ଖେଳାଯାଇଥିବା ଏକ ମ୍ୟାଚରେ ସ୍ପିନର ପପୁ ରୟ (୪/୨୧)ଙ୍କ ଚମତ୍କାର ବୋଲିଂ ବଳରେ ଓଡ଼ିଶା ୭ ୱିକେଟରେ ଆସାମକୁ ପରାସ୍ତ କରିଛି । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ଓଡ଼ିଶା ଆସାମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ […]

BIPLAB

BIPLAB

Subrat Kumar Nayak
  • Published: Wednesday, 27 February 2019
  • Updated: 27 February 2019, 04:34 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ସିନିୟର କ୍ରିକେଟ୍ ଟିମ୍ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ବୁଧବାର ଗ୍ରୁପ-ଡି’ର ଖେଳାଯାଇଥିବା ଏକ ମ୍ୟାଚରେ ସ୍ପିନର ପପୁ ରୟ (୪/୨୧)ଙ୍କ ଚମତ୍କାର ବୋଲିଂ ବଳରେ ଓଡ଼ିଶା ୭ ୱିକେଟରେ ଆସାମକୁ ପରାସ୍ତ କରିଛି ।

କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ଓଡ଼ିଶା ଆସାମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା । ଜବାବରେ ଓଡ଼ିଶା ୧୬.୫ ଓଭରରେ ୩ ୱିକେଟ୍ ହରାଇ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଛି । ୧୪୩ ରନ୍‌ର ବିଜୟଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଓଡ଼ିଶା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲା । ଦୁଇ ଓପ୍ନର ସନ୍ଦୀପ ପଟ୍ଟନାୟକ ଓ ରାଜେଶ ଧୂପର ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ । କିନ୍ତୁ ଦୁହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସନ୍ଦୀପ ୨୦ ବଲରେ ୨୧ ଓ ରାଜେଶ ୧୮ ବଲରେ ୨୭ (୩ ଛକା) ରନ୍ କରି ଆଉଟ୍ ହୋଇଥିଲେ ।

ଏହା ପରେ ଅନୁରାଗ ଷଢଙ୍ଗୀ ଓ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଦମ୍ଦାର ବ୍ୟାଟିଂ କରି ଓଡ଼ିଶାକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୦ ରନ୍ର ମ୍ୟାଚ୍ ବିଜୟୀ ଭାଗୀଦାରୀ କରିଥିଲେ । ବିପ୍ଳବ ୨୬ ବଲରେ ୬ ଚୌକା ଓ ୩ ଛକା ସହ ୪୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନୁରାଗ ୪୩ (୩୬ ବଲ୍, ୫ ଚୌକା) ରନ୍ କରି ଅପରାଜିତ ଥିଲେ । ଆସାମ ପକ୍ଷରୁ ଅବୁ ନେଚିମ ଅହମ୍ମଦ ୨ଟି ଓ ରାଜାକୁଦ୍ଦିନ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆସାମ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶିବଶଙ୍କର ରାୟ ଓ ଜିତୁମନି କାଲିତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ ।

ଶିବଶଙ୍କର ୩୨ ବଲରେ ୪୭ ଓ ଜିତୁମନି ଅପରାଜିତ ୩୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାରୁପମ ପୁର୍କାୟାଷ୍ଠା (୧୨), ରିୟାନ୍ ପରାଗ (୧୩) ଓ ୱାସିକୁର୍ ରେହମାନ୍ (୧୨) ନିରାଶ କରିଥିଲେ । ଓଡ଼ିଶାର ସଫଳ ବୋଲରଙ୍କ ମଧ୍ୟରେ ପପୁ ୨୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ, ବିପ୍ଳବ ଓ ପ୍ରୟାସ ସିଂହ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story