ଆଇଏସ୍‌ଏଲ୍‌ରେ ପୁଣି ହାରିଲା ଓଡ଼ିଶା

ଗୁଆହାଟୀ: ଆଇଏସ୍‌ଏଲ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ଭାଗ ନେଇଥିବା ଓଡ଼ିଶାକୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠାରୁ ହାରି ଥିବା ଓଡ଼ିଶା ଏଫସି ଆଜି ନର୍ଥଇଷ୍ଟ ଏଫ୍‌ସିଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ଏହି ବିଜୟ ସହ ନର୍ଥଇଷ୍ଟ ତା’ର ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ନର୍ଥଇଷ୍ଟ ତା’ର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିଥିଲା। ଏହି ମ୍ୟାଚ୍‌ଟି ଡ୍ର ରହିଥିଲା। ହେଲେ ଆଜି ଓଡ଼ିଶାକୁ ହରାଇ ନର୍ଥଇଷ୍ଟ ତା’ର ବିଜୟ […]

xc

Hemant Lenka
  • Published: Saturday, 26 October 2019
  • , Updated: 26 October 2019, 09:30 PM IST

ଗୁଆହାଟୀ: ଆଇଏସ୍‌ଏଲ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ଭାଗ ନେଇଥିବା ଓଡ଼ିଶାକୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠାରୁ ହାରି ଥିବା ଓଡ଼ିଶା ଏଫସି ଆଜି ନର୍ଥଇଷ୍ଟ ଏଫ୍‌ସିଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ଏହି ବିଜୟ ସହ ନର୍ଥଇଷ୍ଟ ତା’ର ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି।

ନର୍ଥଇଷ୍ଟ ତା’ର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିଥିଲା। ଏହି ମ୍ୟାଚ୍‌ଟି ଡ୍ର ରହିଥିଲା। ହେଲେ ଆଜି ଓଡ଼ିଶାକୁ ହରାଇ ନର୍ଥଇଷ୍ଟ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା କରିଥିବା ଭୁଲୁକୁ ସୁଧାରିବା ଲକ୍ଷ୍ୟ ନେଇ ଆଜି ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଶେଷ ଭାଗରେ ଓଡ଼ିଶା ଏଫ୍‌ସିର ଖେଳାଳିମାନେ ସମାନ ଭୁଲ କରିବାରୁ ଡ୍ର ରହିବାକୁ ଯାଉଥିବା ମ୍ୟାଚ୍‌ଟିକୁ ନର୍ଥଇଷ୍ଟ ଜିତି ନେଇଥିଲେ।

ଆଜି ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ହିଁ ନର୍ଥଇଷ୍ଟର ରେଡୀମ ତିଆଙ୍ଗ ଓଡ଼ିଶାର ଗୋଲ ପୋଷ୍ଟକୁ ବଲ ମାରି ସ୍ଥିତି ୧-୦ କରିଦେଇଥିଲେ। ଏହାପରେ ଘରୋଇ ଟିମ୍‌ ଓଡ଼ିଶା ଏଫ୍‌ସିର ଖେଳାଳିଙ୍କ ଉପରେ ଚାପ ପ୍ରୟୋଗ କରି ଘନଘନ ଆକ୍ରମଣ କରିଚାଲିଥିଲା।

୩୫ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସିର ଡେଲଗାଡୋଙ୍କ ଏକ ଚମତ୍କାର ଶଟ୍‌କୁ ଗୋଲ କିପର ସୁଭାଶିଷ ରୟ ଅଟକାଇ ଦେଇଥିଲେ। ୬୪ ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସିକୁ ପୁଣିଥରେ ଗୋଲ କରିବାର ସୁଯୋଗ ମିଳିଥିଲା। ମହମ୍ମଦ ଧୋଟା ନର୍ଥଇଷ୍ଟର ଗୋଲ ପୋଷ୍ଟକୁ ଟାର୍ଗେଟ କରି ଶଟ୍‌ ମାରିଥିଲେ ହେଁ ଏହା ଅଳ୍ପକେ ମିସ୍‌ କରିଯାଇଥିଲା।

ତେବେ ୭୧ ମିନିଟ୍‌ରେ ଓଡ଼ିଶା ଏଫ୍‌ସିକୁ ସଫଳତା ମିଳିଥିଲା। ଡି ଡିଆଗେନ୍‌ଙ୍କ ଏକ ଚମତ୍କାର ପାସ୍‌କୁ ଜିସ୍କୋ ହେର୍ଣ୍ଣାଡେଜ୍‌ ଗୋଲରେ ପରିଣତ କରି ସ୍ଥିତି ବରାବର କରିଦେଇଥିଲେ। ୭୨ତମ ମିନିଟ୍‌ରେ ଓଡ଼ିଶାର ଜଣେ ଖେଳାଳିଙ୍କୁ ରେଡ୍‌ କାର୍ଡ ମିଳିଥିଲା। ଏହାପରେ ଦଳ ବାକି ସମୟ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା।

ଏହାର ସୁଯୋଗ ନେଇ ନର୍ଥଇଷ୍ଟ ଆକ୍ରମଣାତ୍ମ ଖେଳ ପ୍ରଦର୍ଶନ କରି ଘନଘନ ଆକ୍ରମଣ କରିଥିଲା। ଦଳକୁ ୮୩ ମିନିଟ୍‌ରେ ମିଳିଥିବା କର୍ଣ୍ଣରକୁ ଆସମୋହା ଗାୟନ ଗୋଲରେ ପରିଣତ କରି ନର୍ଥଇଷ୍ଟକୁ ୨-୧ରେ ଆଗୁଆ କରିଦେଇଥିଲେ। ଶେଷ କିଛି ମିନିଟରେ ଓଡ଼ିଶା ସ୍ଥିତି ବରାବର କରିବାକୁ ଚେଷ୍ଟା କରିଥିଲେ ହେଁ ଦଳକୁ ନିରାଶ ହେବାକୁ ପଡ଼ିଥିଲା। ଓଡ଼ିଶା ତା’ ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠାରୁ ୨-୧ ଗୋଲରେ ପରାସ୍ତ ହୋଇଥିଲା।

 

Related story