ଓଡ଼ିଶା-କର୍ଣ୍ଣାଟକ ମ୍ୟାଚ୍‌ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଓଡ଼ିଶା-କର୍ଣ୍ଣାଟକ ରଣଜୀ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ପ୍ରଥମ ଇଂନିସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଥିବା ବେଳେ କର୍ଣ୍ଣାଟକକୁ ଏକ ପଏଣ୍ଟ ମିଳିଛି। ଓଡ଼ିଶା ୱିକେଟ୍‌କିପର ସୌରଭ ରାୱତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ଗତକାଲିର ଅସମାପ୍ତ ୨୪୪/୬ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ୩୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୨୩୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା […]

ranji-match

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 05:52 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଓଡ଼ିଶା-କର୍ଣ୍ଣାଟକ ରଣଜୀ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ପ୍ରଥମ ଇଂନିସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଥିବା ବେଳେ କର୍ଣ୍ଣାଟକକୁ ଏକ ପଏଣ୍ଟ ମିଳିଛି। ଓଡ଼ିଶା ୱିକେଟ୍‌କିପର ସୌରଭ ରାୱତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି।

ଗତକାଲିର ଅସମାପ୍ତ ୨୪୪/୬ରୁ ଖେଳ ଆରମ୍ଭ କରିଥିବା କର୍ଣ୍ଣାଟକ ୩୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୨୩୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ବିନା କୌଣସି ୱିକେଟ୍‌ ହରାଇ ୬୦ ରନ୍‌ କରିଥିଲା।

ଓଡ଼ିଶା ପକ୍ଷରୁ ଦୁଇ ଓପ୍ନର ସନ୍ଦିପ ପଟ୍ଟନାୟକ ୨୭ (୪ ଚୌକା) ଏବଂ ରଞ୍ଜିତ ସିଂହ ୩୫ (୪ ଚୌକା) କରିଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କର୍ଣ୍ଣାଟକ ପ୍ରଥମ ଇଂନିସ୍‌ରେ ୧୭୯ ରନ୍‌ କରିଥିଲା। ଓଡ଼ିଶା ତା’ର ପ୍ରଥମ ଇଂନିସ୍‌ରେ ୩୪୨ ରନ୍‌ କରିଥିଲା।

Related story