ଏସିଆ ଟିମ୍ ଚାମ୍ପିୟନଶିପ୍‌: ମହିଳା ସ୍କ୍ୱାଡରେ ଓଡ଼ିଶା ଝିଅ ଋତୁପର୍ଣ୍ଣା

ନୂଆଦିଲ୍ଲୀ: ଆଗାମୀ ଏସିଆ ଟିମ୍ ଚାମ୍ପିୟନଶିପ୍ ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟରୁ ଭାରତର ଟପ୍ ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ଓହରିଥିବା ବେଳେ ସେମାନଙ୍କ ସ୍ଥାନରେ ଅଶ୍ମିତା ଚାଲିହା ଓ ମାଳବିକା ବନସୋଦ୍ ମହିଳା ଟିମରେ ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ କ୍ୱାଲିଫିକେଶନକୁ ଦୃଷ୍ଟିରେ ରଖି ଉଭୟ ସିନ୍ଧୁ ଓ ସାଇନା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ମହିଳା ଦଳରେ ଓଡ଼ିଶା ଶଟଲର୍ ଋତୁପର୍ଣ୍ଣା ପଣ୍ଡା ସ୍ଥାନ ପାଇଛନ୍ତି। […]

rutuparna

rutuparna

Ranjit Kumar Jena
  • Published: Friday, 31 January 2020
  • Updated: 31 January 2020, 06:11 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଏସିଆ ଟିମ୍ ଚାମ୍ପିୟନଶିପ୍ ପାଇଁ ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟରୁ ଭାରତର ଟପ୍ ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ଓହରିଥିବା ବେଳେ ସେମାନଙ୍କ ସ୍ଥାନରେ ଅଶ୍ମିତା ଚାଲିହା ଓ ମାଳବିକା ବନସୋଦ୍ ମହିଳା ଟିମରେ ସ୍ଥାନ ପାଇଛନ୍ତି। ଅଲିମ୍ପିକ୍ କ୍ୱାଲିଫିକେଶନକୁ ଦୃଷ୍ଟିରେ ରଖି ଉଭୟ ସିନ୍ଧୁ ଓ ସାଇନା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ମହିଳା ଦଳରେ ଓଡ଼ିଶା ଶଟଲର୍ ଋତୁପର୍ଣ୍ଣା ପଣ୍ଡା ସ୍ଥାନ ପାଇଛନ୍ତି। ଋତୁପର୍ଣ୍ଣା ଡବଲ୍ସରେ କେ. ମନିଷାଙ୍କୁ ସାଥୀ କରି ଖେଳିବେ। ୨୦୧୬ରେ ହାଇଦ୍ରାବାଦରେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଦଳରେ ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ, ପୂର୍ବତନ ଏକ ନମ୍ବର ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ଏଚଏସ୍ ପ୍ରଣୟ, ଶୁଭଙ୍କର ଦେ ଏବଂ ଲକ୍ଷ୍ୟ ସେନ୍ ସ୍ଥାନ ପାଇଛନ୍ତି।

ମହିଳା ସ୍କ୍ୱାଡରେ ଆକର୍ଷୀ କଶ୍ୟପ୍ ଓ ଗାୟତ୍ରୀ ଗୋପୀଚାନ୍ଦ ସାମିଲ୍ ହୋଇଛନ୍ତି। ସାଉଥ୍ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଶ୍ମିତା ଓ ମାଳବିକା ନିକଟରେ ଗୋଆରେ ଶେଷ ହୋଇଥିବା ସିଲେକ୍ସନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଥିଲେ। ସେହିପରି ଆକର୍ଷୀ ଓ ଗାୟତ୍ରୀ ବେଙ୍ଗାଲୁରୁରେ ଆୟୋଜିତ ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଡବଲ୍ସରେ ଧ୍ରୁବ କପିଲା ଓ ଏମଆର୍ ଅର୍ଜୁନ୍ ଏବଂ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ଭାଗ ନେବେ। ଜାତୀୟ ସିନିୟର୍ ଚାମ୍ପିୟନ୍ ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ ମହିଳା ଡବଲ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସ୍କ୍ୱାଡ୍ (ପୁରୁଷ): ବି. ସାଇ ପ୍ରଣୀତ, କିଦାମ୍ବୀ ଶ୍ରୀକାନ୍ତ, ଏଚଏସ୍ ପ୍ରଣୟ, ଶୁଭଙ୍କର ଦେ, ଲକ୍ଷ୍ୟ ସେନ୍‌, ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡି, ଚିରାଗ ସେଟ୍ଟୀ, ଧ୍ରୁବ କପିଲା ଓ ଏମଆର୍ ଅର୍ଜୁନ।

ମହିଳା: ଅଶ୍ମିତା ଚାଲିହା, ଆକର୍ଷୀ କଶ୍ୟପ୍‌, ମାଳବିକା ବନସୋଦ୍‌, ଗାୟତ୍ରୀ ଗୋପୀଚାନ୍ଦ, ଅଶ୍ୱିନୀ ଭଟ୍ଟ, ଶିଖା ଗୌତମ, ଋତୁପର୍ଣ୍ଣା ପଣ୍ଡା, କେ. ମନିଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos