ହକି ଇଣ୍ଡିଆ ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଏହି ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ଚଳିତ ମାସ ୮ ତାରିଖରେ ଆୟୋଜିତ ହେବାକୁଥିବା ହକି ଇଣ୍ଡିଆର ତୃତୀୟ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ଖେଳାଳିଙ୍କ ତାଲିକା ଘୋଷିତ ହୋଇଛି। ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ଭାରତୀୟ ଦଳର କ୍ୟାପଟେନ୍ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି ଇୟର୍ ପାଇଁ ସୁପାରିସ୍ କରାଯାଇଛି। ସେହିପରି ପୁରୁଷ ଦଳର କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ନାଁ ଧ୍ରୁବ ବାତ୍ରା ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ପାଇଁ ସୁପାରିସ୍ […]

deep

deep

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 09:32 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ୮ ତାରିଖରେ ଆୟୋଜିତ ହେବାକୁଥିବା ହକି ଇଣ୍ଡିଆର ତୃତୀୟ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ଖେଳାଳିଙ୍କ ତାଲିକା ଘୋଷିତ ହୋଇଛି। ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ଭାରତୀୟ ଦଳର କ୍ୟାପଟେନ୍ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି ଇୟର୍ ପାଇଁ ସୁପାରିସ୍ କରାଯାଇଛି। ସେହିପରି ପୁରୁଷ ଦଳର କ୍ୟାପଟେନ୍ ମନପ୍ରୀତ ସିଂହଙ୍କ ନାଁ ଧ୍ରୁବ ବାତ୍ରା ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଏହି ପୁରସ୍କାର ସମାରୋହରେ ମୋଟ ୧.୩୦ କୋଟି ଟଙ୍କାର ପୁରସ୍କାର ରାଶି ସହ ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯିବ। ୨୦୧୯ ବର୍ଷରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ପ୍ରଥମ ଭାରତୀୟ ଭାବେ ଏଫଆଇଏଚର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକ୍ସରେ ଭାରତକୁ କ୍ୱାଲିଫାଏ କରାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ ଏବଂ ଏହି ସଫଳତା ପାଇଁ ତାଙ୍କୁ ମନୋନୀତ କରାଯାଇଛି। ସର୍ବଶ୍ରେଷ୍ଠ ପୁରୁଷ ଖେଳାଳିଙ୍କ ଦୌଡ଼ରେ ମନପ୍ରୀତଙ୍କ ବ୍ୟତୀତ ହରମନପ୍ରୀତ ସିଂହ, ମନଦୀପ ସିଂହ ଓ ସୁରେନ୍ଦ୍ର କୁମାର ମଧ୍ୟ ସାମିଲ୍ ଅଛନ୍ତି। ଏହାର ବିଜେତାଙ୍କୁ ଟ୍ରଫି ସହ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ନିକଟରେ 'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଇୟର୍‌'ର ପୁରସ୍କାର ଜିତିଥିବା ମହିଳା ଟିମର କ୍ୟାପଟେନ୍ ରାନୀଙ୍କ ସହ ଗୁରଜିତ୍ କୌର ଓ ସବିତା ବର୍ଷର ସର୍ବଶ୍ରେଷ୍ଠ ମହିଳା ଖେଳାଳିଙ୍କ ପୁରସ୍କାର ଦୌଡ଼ରେ ସାମିଲ୍ ଅଛନ୍ତି। ଏଫଆଇଏଚ୍ ରାଇଜିଂ ଷ୍ଟାର୍ ଅଫ୍ ଦି ଇୟର୍ ପୁରସ୍କାର ଜିତିଥିବା ଯୁବ ଖେଳାଳି ବିବେକ ସାଗର ପ୍ରସାଦଙ୍କୁ ଯୁଗରାଜ ସିଂହ ପ୍ଲେୟର୍ ଅଫ୍ ଦି ଇୟର (ପୁରୁଷ ଅଣ୍ଡର୍‌-୨୧) ପାଇଁ ମନୋନୀତ କରାଯାଇଛି। ତାଙ୍କ ସହ ଦିଲପ୍ରୀତ ସିଂହ, ଗୁରସାହିବଜିତ୍ ସିଂହ ଓ ମନଦୀପ ମୋର୍ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ଅଛନ୍ତି।

ସେହିପରି ଅସୁନ୍ତା ଲାକ୍ରା ପ୍ଲେୟର୍ ଅଫ୍ ଦି ଇୟର୍ (ମହିଳା ଅଣ୍ଡର୍‌-୨୧) ପୁରସ୍କାର ଦୌଡ଼ରେ ଫରୱାର୍ଡ ଖେଳାଳି ଲାଲରେମସିଆମି, ସାଲିମା ଟେଟେ ଓ ଶର୍ମିଳା ଦେବୀ ସାମିଲ୍ ଅଛନ୍ତି। ରାନୀଙ୍କ ନାଁ ମଧ୍ୟ ଧନରାଜ ପିଲେ ଶ୍ରେଷ୍ଠ ଫରୱାର୍ଡ ଖେଳାଳି ପାଇଁ ମଧ୍ୟ ମନୋନୀତ କରାଯାଇଛି। ସେହିପରି ପର୍ଗତ ସିଂହ ଡିଫେଣ୍ଡର ଅଫ୍ ଦି ଇୟର ପୁରସ୍କାର ଦୌଡ଼ରେ ଓଡ଼ିଶାର ଦୀପ ଗ୍ରେସ୍ ଏକ୍କାଙ୍କ ସମେତ ହରମନପ୍ରୀତ ସିଂହଳ ସୁରେନ୍ଦ୍ର ଓ ବରୁନ୍ କୁମାର ସାମିଲ୍ ଅଛନ୍ତି। ବଲଜିତ୍ ସିଂହ ଶ୍ରେଷ୍ଠ ଗୋଲକିପର ଦୌଡ଼ରେ ପିଆର୍ ଶ୍ରୀଜେଶ, କ୍ରିଷନ ପାଠକ, ରଜନୀ ଏଟିମାର୍ପୁ ଓ ସବିତା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos