ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ସୁଇମିଂରେ ରୌପ୍ୟ ଜିତିଲେ ପ୍ରତ୍ୟାଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାର ତାରକା ସୁଇମର୍ ପ୍ରତ୍ୟାଶା ରାୟଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ବାଳିକା ୨୧ ବର୍ଷରୁ କମ୍ ବୟସ ବର୍ଗର ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ରୌପ୍ୟ ପଦକ ଜିତିଛନ୍ତି। ସେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିବାକୁ ୧ ମିନିଟ୍ ୧୨.୪୭ ସେକେଣ୍ଡ ସମୟ ନେଇଥିଲେ। ଏହି ଇଭେଣ୍ଟରେ ପଶ୍ଚିମବଙ୍ଗର ସୌବ୍ରିତୀ ମଣ୍ଡଳ ୧:୧୦.୯୧ ସେକେଣ୍ଡ ସମୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ […]

ray

ray

Ranjit Kumar Jena
  • Published: Monday, 20 January 2020
  • Updated: 20 January 2020, 06:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶାର ତାରକା ସୁଇମର୍ ପ୍ରତ୍ୟାଶା ରାୟଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ବାଳିକା ୨୧ ବର୍ଷରୁ କମ୍ ବୟସ ବର୍ଗର ୨୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ପ୍ରତ୍ୟାଶା ରୌପ୍ୟ ପଦକ ଜିତିଛନ୍ତି। ସେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିବାକୁ ୧ ମିନିଟ୍ ୧୨.୪୭ ସେକେଣ୍ଡ ସମୟ ନେଇଥିଲେ।

ଏହି ଇଭେଣ୍ଟରେ ପଶ୍ଚିମବଙ୍ଗର ସୌବ୍ରିତୀ ମଣ୍ଡଳ ୧:୧୦.୯୧ ସେକେଣ୍ଡ ସମୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆସାମର ରେନିତା ଗୋଗୋଇ ୧:୨୨.୮୪ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରତ୍ୟାଶାଙ୍କ ଏହି ସଫଳତା ସହ ଓଡ଼ିଶାର ପଦକ ସଂଖ୍ୟା ୮ରେ ପହଞ୍ଚିଛି।

ଚଳିତ କ୍ରୀଡ଼ାରେ ଓଡ଼ିଶାକୁ ସାଇକ୍ଲିଂରେ ସବୁଠାରୁ ଅଧିକ ସଫଳତା ମିଳିଛି। ରାଉରକେଲାର ସ୍ୱସ୍ତି ସିଂ ଏକାକୀ ତିନୋଟି ପଦକ ଜିତିଛନ୍ତି, ଯେଉଁଥିରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos