ରଣଜୀ ଟ୍ରଫି: ଆସାମ ବିପକ୍ଷରେ ଓଡ଼ିଶାର ଇନିଂସ୍ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଓଡ଼ିଶା ତା’ର ସପ୍ତମ ମୁକାବିଲାରେ ଆସାମକୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ପୂର୍ଣ୍ଣ ୭ ପଏଣ୍ଟ ପଏଣ୍ଟ ହାସଲ କରିଛି ଏଲିଟ୍ ଗ୍ରୁପ୍‌-ସି’ରେ ମୋଟ ୩୫ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିଛି। ଫଲୋଅନ୍ ପାଇ ପୁନର୍ବାର ବ୍ୟାଟିଂ କରିଥିବା ଆସାମ ଦ୍ୱିତୀୟ […]

odisha

odisha

Ranjit Kumar Jena
  • Published: Thursday, 30 January 2020
  • Updated: 30 January 2020, 08:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଓଡ଼ିଶା ତା'ର ସପ୍ତମ ମୁକାବିଲାରେ ଆସାମକୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶା ପୂର୍ଣ୍ଣ ୭ ପଏଣ୍ଟ ପଏଣ୍ଟ ହାସଲ କରିଛି ଏଲିଟ୍ ଗ୍ରୁପ୍‌-ସି'ରେ ମୋଟ ୩୫ ପଏଣ୍ଟ ସହ ଶୀର୍ଷ ସ୍ଥାନ କବଜା କରିଛି।

ଫଲୋଅନ୍ ପାଇ ପୁନର୍ବାର ବ୍ୟାଟିଂ କରିଥିବା ଆସାମ ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ ସତ୍ତ୍ୱେ ୧୯୫ ରନରେ ଅଲଆଉଟ୍ ହୋଇଛି। ଆସାମର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମ ମଣ୍ଡଳ ଓ କୁନାଲ୍ ସାଇକିଆଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ବାକି ସବୁ ନିରାଶ କରିଛନ୍ତି। ସେହିପରି ଓଡ଼ିଶାର ଦେବବ୍ରତ ପ୍ରଧାନ ପୁଣିଥରେ କମାଲ୍ କରି ୩ଟି ୱିକେଟ୍ ନେଇଛନ୍ତି। ଗୁରୁବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଆସାମ ତା'ର ପୂର୍ବଦିନର ସ୍କୋର ୧୦୨/୦ରୁ ଖେଳ ଆରମ୍ଭ କରିଥିଲା।

ଦୁଇ ଓପ୍ନର ଶୁଭମ୍ ଓ କୁନାଲ୍ ପ୍ରଥମ ୱିକେଟ୍ ପାଇଁ ୧୨୪ ରନ୍ ଯୋଡ଼ିଥିଲେ। କୁନାଲ୍ ବ୍ୟକ୍ତିଗତ ୭୨ (୧୧୨ ବଲ୍‌, ୧୧ ଚୌକା) ରନ୍ କରିଥିବାର ବେଳେ ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ। ସେହିପରି ଶୁଭମଙ୍କୁ ରାଜେଶ ମହାନ୍ତି ପ୍ୟାଭିଲିୟନ୍ ପଠାଇଥିଲେ। ଶୁଭମ୍ ୭୪ ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ। ଦୁହିଁଙ୍କ ଆଉଟ୍ ପରେ ଆସାମ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଆସାମ ତା'ର ଶେଷ ୯ ୱିକେଟ୍ ୫୭ ରନରେ ହରାଇଥିଲା।

ମଧ୍ୟକ୍ରମରେ ରିଷଭ ଦାସ (୭), କ୍ୟାପଟେନ୍ ଗୋକୁଳ ଶର୍ମା (୯), ରିୟାନ୍ ପରାଗ୍ (୧), ସାହିର୍ ଜୈନ୍ (୫), ବିପ୍ଳବ ସାଇକିଆ (୧), ରଞ୍ଜିତ ମାଲି (୧), ପ୍ରିତମ ଦାସ (୪) ଏବଂ ଅରୁପ ଦାସ (୧୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । କ୍ରିଷ୍ଣା ଦାସ ୮ ରନ୍ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୩୦ ରନ୍ ଦେଇ ସର୍ବାଧିକ ୪ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୫୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ ରନ୍ କରିଥିବା ବେଳେ ଆସାମ ୨୩୮ ରନ୍ କରି ଫଲୋଅନର ଶିକାର ହୋଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦେବବ୍ରତ (୭୯ ରନ୍‌, ୭ ୱିକେଟ୍‌)ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଓଡ଼ିଶା ତା'ର ପରବର୍ତ୍ତୀ ମ୍ୟାଚରେ ମହାରାଷ୍ଟ୍ରକୁ ଫେବୃଆରୀ ୪ ତାରିଖରେ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story