ବୁମ୍ରା ସର୍ବଶ୍ରେଷ୍ଠ ଟି-୨୦ ବୋଲର: ଆର୍ଚର

ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟର ମହତ୍ତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଂଶସା କରିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ସମୟରେ ବୁମ୍ରା ଟି-୨୦ର ସର୍ବଶ୍ରେଷ୍ଠ ବୋଲର। ସେ କହିଛନ୍ତି, ମୁଁ ବୁମ୍ରାଙ୍କୁ ବହୁତ ପସନ୍ଦ କରେ। ଟି-୨୦ ଫର୍ମାଟରେ ତାଙ୍କର କୌଣସି ଜବାବ ନାହିଁ। ବୁମ୍ରାଙ୍କ ଅସାମାନ୍ୟ ଆକ୍ସନକୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇଥାଏ। ସେ ନିଜର ଏହି ଆକ୍ସନ କାରଣରୁ ଭଲ ୟର୍କର ମଧ୍ୟ ପକାଇ ପାରନ୍ତି। […]

archer

archer

Ranjit Kumar Jena
  • Published: Wednesday, 27 March 2019
  • Updated: 27 March 2019, 08:07 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟର ମହତ୍ତ୍ୱପୂର୍ଣ୍ଣ ଖେଳାଳି ଜୋଫ୍ରା ଆର୍ଚର ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଂଶସା କରିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ସମୟରେ ବୁମ୍ରା ଟି-୨୦ର ସର୍ବଶ୍ରେଷ୍ଠ ବୋଲର। ସେ କହିଛନ୍ତି, ମୁଁ ବୁମ୍ରାଙ୍କୁ ବହୁତ ପସନ୍ଦ କରେ। ଟି-୨୦ ଫର୍ମାଟରେ ତାଙ୍କର କୌଣସି ଜବାବ ନାହିଁ। ବୁମ୍ରାଙ୍କ ଅସାମାନ୍ୟ ଆକ୍ସନକୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇଥାଏ।

ସେ ନିଜର ଏହି ଆକ୍ସନ କାରଣରୁ ଭଲ ୟର୍କର ମଧ୍ୟ ପକାଇ ପାରନ୍ତି। ବିଶେଷକରି ଡେଥ ଓଭରରେ ବୁମ୍ରା ଯେଉଁଭଳି ବୋଲିଂ କରନ୍ତି, ତାହା ପ୍ରଶଂସନୀୟ। ତାଙ୍କ ପାଖରେ ବୋଲିଂ କରିବାର ବିଭିନ୍ନତା ଅଛି, ଯେଉଁ କାରଣରୁ ସେ ଆଜି ଜଣେ ସଫଳ ବୋଲର ହୋଇପାରିଛନ୍ତି ବୋଲି ଆର୍ଚର କରିଛନ୍ତି। ଆର୍ଚର ନିଜ ସର୍ବଶ୍ରେଷ୍ଠ ବୋଲିଂ ତାଲିକାରେ ଆଫଗାନିସ୍ତାନର ସ୍ପିନର ରଶିଦ ଖାନଙ୍କୁ ମଧ୍ୟ ସାମିଲ କରିଛନ୍ତି। ବାର୍ବାଡୋସ ରେ ଜନ୍ମିତ ଆର୍ଚର ଟି-୨୦ରେ ୮୨ ମ୍ୟାଚ ଖେଳି ୧୦୫ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos