ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ଷ୍ଟାର୍ ବକ୍ସର ଶିବ ଥାପ୍ପା (୬୩ କେଜି) ସେମିଫାଇନାଲରେ ପହଞ୍ଚି ପଦକ ପକ୍କା କରିଛନ୍ତି। ଶିବଙ୍କ ବ୍ୟତୀତ ଭାରତର ୬ଜଣ ବକ୍ସର ମଧ୍ୟ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି।
ଥାପା କ୍ୱାର୍ଟରଫାଇନାଲରେ ଜାପାନର ୟୁକି ହିରାକାୱାଙ୍କୁ ସିଧାସଳଖ ୫-୦ ପଏଣ୍ଟରେ ହରାଇ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆସାମର ଏହି ବକ୍ସର ଚଳିତମାସରେ ନିଜର ତୃତୀୟ ଜାତୀୟ ଟାଇଟଲ୍ ଜିତିଥିଲେ। ସେମିରେ ଶିବଙ୍କ ସାମ୍ନା ଜାପାନର ଡାଇସୁକ୍ ନାରିମାତସୁଙ୍କୁ ଭେଟିବ, ଯିଏ ନିଜର ପ୍ରଥମ ରାଉଣ୍ଡରେ ବାଏ ପାଇଥିଲେ।
ତେବେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ପୂର୍ବତନ ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ନିଖତ୍ ଜରୀନ୍ (୫୧ କେଜି) ମଧ୍ୟ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଜରୀନଙ୍କ ବ୍ୟତୀତ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ସୁମିତ୍ ସାଙ୍ଗୱାନ୍ (୯୧ କେଜି), ଆଶିଷ (୬୯ କେଜି), ଭାନିମପୁଇୟା (୭୫ କେଜି), ସିମରନଜିତ୍ କୌର୍ (୬୦ କେଜି) ଓ ପୂଜା ରାନୀ (୭୫ କେଜି) ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।