ଅଷ୍ଟ୍ରେଲିଆକୁ ତା' ମାଟିରେ କେବଳ ଭାରତ ହିଁ ହରାଇପାରିବ: ଭନ୍‌

ଲଣ୍ଡନ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ବର୍ତ୍ତମାନ ଚମତ୍କାର କ୍ରିକେଟ୍ ଖେଳୁଛି। କଙ୍ଗାରୁ ଟିମ୍ ପାକିସ୍ତାନ ବିପକ୍ଷ ଉଭୟ ଟି-୨୦ ଏବଂ ଟେଷ୍ଟ ସିରିଜକୁ ମୂଳପୋଛ୍ କରିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଯେଉଁଭଳି ପ୍ରଦର୍ଶନ କରୁଛି, ସେଥିରୁ ସ୍ପଷ୍ଟ ଯେ ଏହି ଟିମକୁ ହରାଇବା ବହୁତ କଷ୍ଟକର। କିନ୍ତୁ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ମତରେ, ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମକୁ ତା’ ନିଜ ମାଟିରେ ହରାଇବା ସବୁ ଟିମ୍ ପକ୍ଷେ ସମ୍ଭବ ନୁହେଁ। ତେବେ ଅଷ୍ଟ୍ରେଲିଆକୁ […]

vaughan

Ranjit Kumar Jena
  • Published: Monday, 02 December 2019
  • , Updated: 02 December 2019, 08:31 PM IST

ଲଣ୍ଡନ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ବର୍ତ୍ତମାନ ଚମତ୍କାର କ୍ରିକେଟ୍ ଖେଳୁଛି। କଙ୍ଗାରୁ ଟିମ୍ ପାକିସ୍ତାନ ବିପକ୍ଷ ଉଭୟ ଟି-୨୦ ଏବଂ ଟେଷ୍ଟ ସିରିଜକୁ ମୂଳପୋଛ୍ କରିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଯେଉଁଭଳି ପ୍ରଦର୍ଶନ କରୁଛି, ସେଥିରୁ ସ୍ପଷ୍ଟ ଯେ ଏହି ଟିମକୁ ହରାଇବା ବହୁତ କଷ୍ଟକର। କିନ୍ତୁ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ମତରେ, ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମକୁ ତା' ନିଜ ମାଟିରେ ହରାଇବା ସବୁ ଟିମ୍ ପକ୍ଷେ ସମ୍ଭବ ନୁହେଁ। ତେବେ ଅଷ୍ଟ୍ରେଲିଆକୁ ତା' ନିଜ ମାଟିରେ କେବଳ ଟିମ୍ ଇଣ୍ଡିଆ ହିଁ ହରାଇପାରିବ।

ମାଇକେଲ୍ ଭନ୍ ଆଜି ପାକିସ୍ତାନର ପରାଜୟ ପରେ ଟ୍ୱିଟ୍ କରିଛନ୍ତି ଯେ ଅଷ୍ଟ୍ରେଲିଆକୁ ଏଭଳି ପରିସ୍ଥିତିରେ ଅନେକ ଟିମକୁ ହରାଇବାକୁ ଯାଉଛି, କେବଳ ଟିମ୍ ଇଣ୍ଡିଆ ପାଖରେ ସେହି (ବିଜୟ) ଅସ୍ତ୍ର ଅଛି, ଯାହା ଏହି ପରିସ୍ଥିତିରେ କଙ୍ଗାରୁ ଟିମକୁ ହରାଇପାରିବ। ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ଇନିଂସ୍ ଓ ୪୮ ରନରେ ହରାଇଛି। କଙ୍ଗାରୁ ଟିମର ଏହି ସଫଳତା ପଛରେ ଦୁଇ ଖେଳାଳିଙ୍କ ଭୂମିକା ନିର୍ଣ୍ଣାୟକ ରହିଛି। ଏହି ଦୁଇ କ୍ରିକେଟର ହେଉଛନ୍ତି ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥ୍।

ଦୁହେଁ ବର୍ଷକର ବାସନ୍ଦାଦେଶ କାଟି ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଦୁହିଁଙ୍କର ପ୍ରତ୍ୟାବର୍ତ୍ତନ ପରେ ଅଷ୍ଟ୍ରେଲିଆ ଆଶେସ୍ ସିରିଜ୍ କାଏମ୍ ରଖିଥିଲା ଏବଂ ଏବେ ପାକିସ୍ତାନକୁ ୨-୦ରେ ହରାଇଛି। ୱାର୍ଣ୍ଣର ଓ ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନ ସାଙ୍ଗକୁ ମାର୍ନସ୍ ଲାବୁଶେନ୍ ମଧ୍ୟ ବଡ଼ ଇନିଂସ୍ ଖେଳୁଛନ୍ତି। ଏହା ବ୍ୟତୀତ ମିଚେଲ୍ ଷ୍ଟାର୍କ, ଜୋଶ୍ ହେଜଲଉଡ୍‌, ପ୍ୟାଟ୍ କମିନ୍ସ ଓ ନେଥନ୍ ଲାୟନଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆର ବୋଲିଂ ୟୁନିଟ୍ ଆହୁରି ଘାତକ ହୋଇଛି।

Related story