ହସ୍ପିଟାଲରେ ଭର୍ତ୍ତି ହେଲେ କିମ୍ବଦନ୍ତୀ ଫୁଟବଲର ପେଲେ

ବ୍ରସିଲିଆ: ବ୍ରାଜିଲ ତଥା ବିଶ୍ୱ ଫୁଟବଲର କିମ୍ବଦନ୍ତୀ ଫୁଟବଲର ପେଲେ ଅସୁସ୍ଥ ହୋଇପଡ଼ିଛନ୍ତି। କ୍ୟାନସର ସହ ସଂଘର୍ଷ କରୁଥିବା ପେଲେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କର ଏକାଧିକ ଟେଷ୍ଟ କରାଯାଇଥିବା ବେଳେ ସେ ଏବେ ଡାକ୍ତରଙ୍କ ଅବଜର୍ବେସନରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ଫୁଟବଲ ପ୍ରେମୀ ଚିନ୍ତାରେ ଥିବା ବେଳେ ତାଙ୍କ ଝିଅ କେଲୟ ନାସସିମେଣ୍ଟୋ ଆଦୌ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, […]

Pele

Pele

Hemant Lenka
  • Published: Thursday, 01 December 2022
  • Updated: 01 December 2022, 08:06 AM IST

Sports

Latest News

ବ୍ରସିଲିଆ: ବ୍ରାଜିଲ ତଥା ବିଶ୍ୱ ଫୁଟବଲର କିମ୍ବଦନ୍ତୀ ଫୁଟବଲର ପେଲେ ଅସୁସ୍ଥ ହୋଇପଡ଼ିଛନ୍ତି। କ୍ୟାନସର ସହ ସଂଘର୍ଷ କରୁଥିବା ପେଲେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କର ଏକାଧିକ ଟେଷ୍ଟ କରାଯାଇଥିବା ବେଳେ ସେ ଏବେ ଡାକ୍ତରଙ୍କ ଅବଜର୍ବେସନରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଏହାକୁ ନେଇ ଫୁଟବଲ ପ୍ରେମୀ ଚିନ୍ତାରେ ଥିବା ବେଳେ ତାଙ୍କ ଝିଅ କେଲୟ ନାସସିମେଣ୍ଟୋ ଆଦୌ ବ୍ୟସ୍ତ ନ ହେବାକୁ କହିଛନ୍ତି। ସେ କହିଛନ୍ତି, “ବିଭିନ୍ନ ମିଡିଆରେ ମୋ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଚିନ୍ତା କିମ୍ବା କୌଣସି ଜରୁରୀ ସ୍ଥିତି ଉପୁଜି ନାହିଁ। ସେ ନିୟମିତ ମେଡିକେସନ ପାଇଁ ହସ୍ପିଟାଲ ଆସିଛନ୍ତି। କେହି ବି କୌଣସି ପ୍ରକାରର ଆକଳନ କରନ୍ତୁ ନାହିଁ। ମୁଁ ନୂଆବର୍ଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବି ଓ ଏଥିସହ ଅନେକ ଫଟୋ ପୋଷ୍ଟ କରିବି।”

ଇଏସପିଏନ ବ୍ରସିଲରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପେଲେ ଅସୁସ୍ଥତା କାରଣରୁ ଆଲବର୍ଟ ଇନଷ୍ଟେଇନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରର ବିଭିନ୍ନ ଅଂଶ ହଠାତ୍‌ ଫୁଲି ଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସେଠାରେ ମେଡିକାଲ ଟିମ ତାଙ୍କର ଏକାଧିକ ଟେଷ୍ଟ କରି ପ୍ରକୃତରେ କ’ଣ ହୋଇଛି, ସେକଥା ଜାଣିବାକୁ ଚେଷ୍ଟା କରୁଛନ୍ତି।

୨୦୨୧ ସେପ୍ଟେମ୍ବର ମାସରେ ୮୨ ବର୍ଷୀୟ ପେଲେଙ୍କ ପେଟରୁ ଅପରେସନ ଦ୍ୱାରା ଗୋଟିଏ ଟ୍ୟୁମର ବାହାର କରାଯାଇଥିଲା। ସେବେଠାରୁ ସେ ନିୟମିତ ଅସୁସ୍ଥ ରହୁଛନ୍ତି। ଅନେକ ଥର ସେ ହସ୍ପିଟାଲ ଯାଉଥିବା ବେଳେ କିଛି ଦିନର ରହଣୀ ପରେ ପୁଣି ଫେରୁଛନ୍ତି। ତେଣୁ ଏଥର ମଧ୍ୟ ସେମିତି କିଛି ହୋଇଥାଇ ପାରେ ବୋଲି ଆଶା କରାଯାଉଛି।

ମାତ୍ର ୧୭ ବର୍ଷରେ ବ୍ରାଜିଲ ପାଇଁ ବିଶ୍ୱକପ ଖେଳିଥିବା ପେଲେ ଜଣେ ବିଚକ୍ଷଣ ଫୁଟବଲର। ବ୍ରାଜିଲକୁ ପ୍ରଥମଥର ୧୯୫୮ରେ ବିଶ୍ୱକପ ଜିତାଇବାରେ ପେଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କ ସମୟରେ ବ୍ରାଜିଲ ୩ ଥର ବିଶ୍ୱକପ ଟ୍ରଫି ଜିତିଥିଲା।

ପେଲେଙ୍କ ଅବସର ପରେ ଦଳ ଆଉ ୨ଥର ଚାମ୍ପିୟନ ହୋଇଥିଲା। ୧୯୯୫୮, ୧୯୬୨ ଓ ୧୯୭୦ରେ ପେଲେ ବ୍ରାଜିଲକୁ ଫୁଟବଲ ବିଶ୍ୱକପ ଭେଟି ଦେଇଥିଲେ। ବ୍ରାଜିଲ ପାଇଁ ସେ ୯୨ଟି ମ୍ୟାଚ୍‌ ଖେଳି ୭୭ଟି ଗୋଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos