ବାହାଘର ପରେ ପ୍ରଥମଥର ଷ୍ଟୁଡିଓକୁ ଫେରିଲେ ବୁମ୍ରାଙ୍କ ପତ୍ନୀ, ଦେଖନ୍ତୁ ଦୃଶ୍ୟ

ପୁଣେ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗାନେସାନ ବିବାହ ପରେ ଆଜି ପ୍ରଥମ ଥର ଟିଭି ପରଦାକୁ ଆସିଛନ୍ତି। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଆୟୋଜିତ ପ୍ରି-ମ୍ୟାଚ୍‌ ଶୋ’ରେ ସେ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଛି। ଏହି ଶୋ’ଟି ଷ୍ଟାରସ୍ପୋର୍ଟରେ ପ୍ରସାରିତ ହୋଇଛି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଦୁଇ ଭେଟରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ଇରଫାନ ପଠାନ ସାମିଲ ଥିଲେ। […]

Bumrah

Hemant Lenka
  • Published: Friday, 26 March 2021
  • , Updated: 26 March 2021, 01:56 PM IST

ପୁଣେ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପତ୍ନୀ ସଞ୍ଜନା ଗାନେସାନ ବିବାହ ପରେ ଆଜି ପ୍ରଥମ ଥର ଟିଭି ପରଦାକୁ ଆସିଛନ୍ତି। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଆୟୋଜିତ ପ୍ରି-ମ୍ୟାଚ୍‌ ଶୋ’ରେ ସେ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଛି।

ଏହି ଶୋ’ଟି ଷ୍ଟାରସ୍ପୋର୍ଟରେ ପ୍ରସାରିତ ହୋଇଛି। ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଦୁଇ ଭେଟରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଓ ଇରଫାନ ପଠାନ ସାମିଲ ଥିଲେ। ପ୍ରଥମ ଇନିଂସ୍‌ ପରେ ସେ ପୁଣି ଶୋ’ରେ ଏକ୍ସପର୍ଟଙ୍କ ସହ ମ୍ୟାଚ୍‌ ସମ୍ପର୍କରେ ଆଲୋଚନା କରିବେ।

ମାର୍ଚ୍ଚ ୧୫ରେ ବୁମ୍ରା ଗୋଆରେ ସଞ୍ଜନାଙ୍କୁ ବିବାହ କରିଥିଲେ। ଏଥିରେ କରୋନା କଟକଣା କାରଣରୁ ବହୁତ କମ ଲୋକ ଯୋଗଦେଇଥିଲେ। ବାହାଘର ପାଇଁ ବୁମ୍ରା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ଛୁଟି ନେଇଥିଲେ। ତାଙ୍କୁ ଟି-୨୦ ଓ ଦିନିକିଆରେ ବିଶ୍ରାମ ଦିଆଯାଇଛି। ଏହି ସମୟରେ ସେ ସ୍ପୋର୍ଟସ ଆଙ୍କର ସଞ୍ଜନାଙ୍କୁ ବିବାହ କରିଥିଲେ।


ବୁମ୍ରା କ୍ରିକେଟରୁ ଛୁଟି ନେଇଥିଲେ ହେଁ ବାହାଘରର ୧୦ ଦିନ ପରେ ସଞ୍ଜନା ଟିଭିରେ ଆଙ୍କରିଂ କରିବା ଆରମ୍ଭ କରିଛନ୍ତି। ବାହାଘର ପୂର୍ବରୁ ମଧ୍ୟ ସେ ଷ୍ଟାରସ୍ପୋର୍ଟସରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ।

ସେ ଆଜି ଆଙ୍କରିଂ କରିବା ବେଳର ଫଟୋକୁ ଜଣେ ଟ୍ୱିଟର ବ୍ୟବହାରକାରୀ ପୋଷ୍ଟ କରିଛନ୍ତି। ଏହି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ବୁମ୍ରା ଓ ସଞ୍ଜନା ନିଜର ସମ୍ପର୍କକୁ ବେଶ ଗୁପ୍ତ ରଖିଥିଲେ। ବାହାଘର ପରେ ହିଁ ବୁମ୍ରା ନିଜ ସୋଶାଲ ମିଡିଆରେ ସେ ସଞ୍ଜନାଙ୍କୁ ବିବାହ କରିଥିବା କଥା କହିଥିଲେ।

ଏହି ସମୟରେ ସେ ବାହାଘର ବେଳର ଫଟୋ ମଧ୍ୟ ଶେୟାର କରିଥିଲେ। ବାହାଘରର କିଛି ଦିନ ପରେ ବୁମ୍ରା ଓ ସଞ୍ଜନା ରୋମାଣ୍ଟିକ ଅନ୍ଦାଜର ଫୋଟ ପୋଷ୍ଟ କରି ପରସ୍ପର ମଧ୍ୟରେ ଥିବା ଭଲ ପାଇବାକୁ ଫ୍ୟାନମାନଙ୍କ ଶେୟାର କରିଥିଲେ।

Related story