ଦ୍ରାବିଡ଼ଙ୍କୁ ଠକିଥିଲେ ୪ କୋଟି; ସଂପତ୍ତି ଜବତ କଲା ଇଡି

ବେଙ୍ଗାଲୁରୁ: ପୂର୍ବତନ ଅଧିନାୟକ ତଥା ଗତକାଲି ଟିମ୍ ଇଣ୍ଡିଆର କୋଚ୍ ଭାବେ ନିଯୁକ୍ତି ପାଇଥିବା ରାହୁଲ ଦ୍ରାବିଡ଼ଙ୍କ ଠାରୁ ୪ କୋଟି ଟଙ୍କା ହଡ଼ପ କରିଥିବା ବେଙ୍ଗାଲୁରୁର ବିକ୍ରମ ଇନ୍‌ଭେଷ୍ଟମେଣ୍ଟ କଂପାନୀର ସଂପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନ୍‌ସନ୍‌ ଅଫ୍ ମନଲଣ୍ଡରିଂ ଆଇନ ବଳରେ ଇଡି ପକ୍ଷରୁ ଏହି କଂପାନୀର ସଂପତ୍ତିକୁ ଜବତ କରାଯାଇଛି। ଇଡି ଏହି କଂପାନୀର ୩୪.୨୧ କୋଟି ଟଙ୍କାର ସଂପତ୍ତି ଓ ବ୍ୟାଙ୍କ୍ ବାଲାନ୍ସକୁ ଜବତ କରିଛି। ଏହା ସହିତ […]

Rahul Dravid

Rahul Dravid

Jitendra Garnayak
  • Published: Thursday, 04 November 2021
  • Updated: 04 November 2021, 08:28 PM IST

ବେଙ୍ଗାଲୁରୁ: ପୂର୍ବତନ ଅଧିନାୟକ ତଥା ଗତକାଲି ଟିମ୍ ଇଣ୍ଡିଆର କୋଚ୍ ଭାବେ ନିଯୁକ୍ତି ପାଇଥିବା ରାହୁଲ ଦ୍ରାବିଡ଼ଙ୍କ ଠାରୁ ୪ କୋଟି ଟଙ୍କା ହଡ଼ପ କରିଥିବା ବେଙ୍ଗାଲୁରୁର ବିକ୍ରମ ଇନ୍‌ଭେଷ୍ଟମେଣ୍ଟ କଂପାନୀର ସଂପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନ୍‌ସନ୍‌ ଅଫ୍ ମନଲଣ୍ଡରିଂ ଆଇନ ବଳରେ ଇଡି ପକ୍ଷରୁ ଏହି କଂପାନୀର ସଂପତ୍ତିକୁ ଜବତ କରାଯାଇଛି।

ଇଡି ଏହି କଂପାନୀର ୩୪.୨୧ କୋଟି ଟଙ୍କାର ସଂପତ୍ତି ଓ ବ୍ୟାଙ୍କ୍ ବାଲାନ୍ସକୁ ଜବତ କରିଛି। ଏହା ସହିତ ୧.୪୯ କୋଟିର ଫିକ୍ସଡ୍ ଡିପୋଜିଟ୍‌କୁ ମଧ୍ୟ ଜବତ କରିଛି।

୨୦୧୮ରେ ରାହୁଲ ଦ୍ରାବିଡ଼ ଏହି କଂପାନୀ ବିରୋଧରେ ଅଭିଯୋଗ କରିଥିଲେ। ଏହି କଂପାନୀ ଦ୍ୱାରା ସେ ୪ କୋଟି ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହା ବି ସୂଚନା ଅଛି ଯେ ଅନ୍ୟ କେତେ ଜଣ କ୍ରୀଡ଼ାବିତ୍ ଓ ସେଲେବ୍ରିଟି ଏହି କଂପାନୀ ଦ୍ୱାରା ଠକେଇର ଶିକାର ହୋଇଥିଲେ।

ଅଧିକ ଲାଭର ଲୋଭ ଦେଖାଇ ବିକ୍ରମ ଇନ୍‌ଭେଷ୍ଟମେଣ୍ଟ ଲୋକଙ୍କ ଠାରୁ ୪୧୭ କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ମାମଲାରେ ବେଙ୍ଗାଲୁରୁ ପୁଲିସ୍ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ କ୍ରୀଡ଼ା ସାମ୍ବାଦିକ ମଧ୍ୟ ଥିଲେ। ତେବେ ସେମାନେ ସମସ୍ତେ ଜାମିନ ପାଇ ଯାଇଥିଲେ।

ସୂଚନାଯୋଗ୍ୟ, ପୁରୁଷ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଭାବେ ଗତକାଲି ବିସିସିଆଇ ରାହୁଲ ଦ୍ରାବିଡ଼ଙ୍କ ନାଁ ଘୋଷଣା କରିଥିଲା। ଦୁଇ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ତାଙ୍କ ଦାୟିତ୍ୱ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story