ଫ୍ରେଞ୍ଚ ଓପନ: ଫାଇନାଲରେ ଭାରତୀୟ ଯୋଡ଼ି

ପ୍ୟାରିସ: ଫ୍ରେଞ୍ଚ ଓପନ ଫାଇନାଲରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଈରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ସେମି ଫାଇନାଲରେ କୋରିଆନ ଯୋଡ଼ି ଚୋଇ ସୋଲ ଗୟୁ ଓ କିମ ୱନ ହୋଙ୍କୁ ୨-୦ ସେଟରେ ପରାସ୍ତ କରିଛନ୍ତି ସାତ୍ତ୍ୱିକ-ଚିରାଗ ଯୋଡ଼ି। ଏହି ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ସାତ୍ତ୍ୱିକ-ଚିରାଗ ଯୋଡ଼ି ଫ୍ରେଞ୍ଚ ଓପନରେ ମଧ୍ୟ ପଦକ ପକ୍କା କରିଛନ୍ତି। ସେମି ଫାଇନାଲ ମ୍ୟାଚର ପ୍ରଥମ ସେଟରୁ ବିଶ୍ୱର ୮ନଂ ସ୍ଥାନରେ ଥିବା […]

chirag

chirag

Hemant Lenka
  • Published: Saturday, 29 October 2022
  • Updated: 29 October 2022, 07:22 PM IST

Sports

Latest News

ପ୍ୟାରିସ: ଫ୍ରେଞ୍ଚ ଓପନ ଫାଇନାଲରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଈରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ସେମି ଫାଇନାଲରେ କୋରିଆନ ଯୋଡ଼ି ଚୋଇ ସୋଲ ଗୟୁ ଓ କିମ ୱନ ହୋଙ୍କୁ ୨-୦ ସେଟରେ ପରାସ୍ତ କରିଛନ୍ତି ସାତ୍ତ୍ୱିକ-ଚିରାଗ ଯୋଡ଼ି। ଏହି ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ସାତ୍ତ୍ୱିକ-ଚିରାଗ ଯୋଡ଼ି ଫ୍ରେଞ୍ଚ ଓପନରେ ମଧ୍ୟ ପଦକ ପକ୍କା କରିଛନ୍ତି।

ସେମି ଫାଇନାଲ ମ୍ୟାଚର ପ୍ରଥମ ସେଟରୁ ବିଶ୍ୱର ୮ନଂ ସ୍ଥାନରେ ଥିବା ଭାରତୀୟ ଯୋଡ଼ି କମାଲ କରିଥିଲେ। ଉଭୟ ଆଟାକିଂ ଖେଳ ପ୍ରଦର୍ଶନ କରି ପ୍ରଥମ ସେଟକୁ ୨୧-୧୮ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟରେ ମଧ୍ୟ ଉଭୟଙ୍କ ଜଲୱା ଦେଖିବାକୁ ମିଳିଥିଲା। ଏହି ସେଟ୍‌କୁ ୨୧-୧୪ରେ ଜିତି ସାତ୍ତ୍ୱିକ-ଚିରାଗ ଯୋଡ଼ି ଫାଇନାଲ ଟିକେଟ ହାତେଇଥିଲେ। ଏହି ମ୍ୟାଚ୍‌ଟି ୪୫ ମିନିଟ ଧରି ଚାଲିଥିଲା।

୨୦୨୨ରେ ଦ୍ୱିତୀୟ ଥର ପାଇଁ କୌଣସି BWF world tour eventର ଫାଇନାଲରେ ଭାରତୀୟ ଯୋଡ଼ି ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଇଣ୍ଡିଆନ ଓପନ ସୁପର ୫୦୦ ଟୁର୍ଣ୍ଣାମେଣ୍ଟରେ ଚିରାଗ ଓ ସାତ୍ତ୍ୱିକ ଯୋଡ଼ି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିଥିଲେ। ଏବେ ଆଉ ଥରେ ସେମାନେ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos