ବାହା ହେଲେ ଟିମ ଇଣ୍ଡିଆର ଏହି ଷ୍ଟାର ଅଲରାଉଣ୍ଡର

ମୁମ୍ବାଇ: ଟିମ ଇଣ୍ଡିଆର ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଶା ଚାୱଲାଙ୍କ ହାତ ସେ ସବୁଦିନ ପାଇଁ ଧରିଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିସହ ସୋଶାଲ ମିଡିଆରେ ବାହାଘରର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଦିଶାଙ୍କୁ ବିବାହ କରିବା ବେଳର ଫଟୋକୁ ପୋଷ୍ଟ କରି ‘ବେଟର ଟୁଗେଦର’ ଲେଖିବା ସହ ହାର୍ଟ ଇମୋଜି ଦେଇଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ନିକଟୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୨୦୧୯ ନଭେମ୍ବର […]

Jaynta

Hemant Lenka
  • Published: Wednesday, 17 February 2021
  • , Updated: 17 February 2021, 06:07 PM IST

ମୁମ୍ବାଇ: ଟିମ ଇଣ୍ଡିଆର ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଶା ଚାୱଲାଙ୍କ ହାତ ସେ ସବୁଦିନ ପାଇଁ ଧରିଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିସହ ସୋଶାଲ ମିଡିଆରେ ବାହାଘରର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଦିଶାଙ୍କୁ ବିବାହ କରିବା ବେଳର ଫଟୋକୁ ପୋଷ୍ଟ କରି ‘ବେଟର ଟୁଗେଦର’ ଲେଖିବା ସହ ହାର୍ଟ ଇମୋଜି ଦେଇଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ନିକଟୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

୨୦୧୯ ନଭେମ୍ବର ୨୨ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ସେତେବେଳେ ମଧ୍ୟ ଜୟନ୍ତ ଯାଦବ ଦିଶାଙ୍କ ସହ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଜୟନ୍ତ ୨୦୨୦ ମସିହା ଆଇପିଏଲ ଫାଇନାଲରେ ନଜର ଆସିଥିଲେ। ଆଇପିଏଲରେ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ସେ ହେଉଛନ୍ତି ସଦସ୍ୟ। ଫାଇନାଲ ମ୍ୟାଚ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧୱନଙ୍କ ୱିକେଟ ନେଇ ମୁମ୍ବାଇକୁ ବଡ଼ ସଫଳତା ଦେଇଥିଲେ।

୨୦୧୬ରେ ଜୟନ୍ତ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଭାଇଜାଗରେ ଖେଳିଥିବା ନିଜର ତୃତୀୟ ଟେଷ୍ଟରେ ସେ ପ୍ରଥମଥର ପାଇଁ ଶତକ ହାସଲ କରିଥିଲେ। ୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ସେ ୪୬.୫୦ ହାରରେ ୨୨୮ ରନ୍‌ କରିଛନ୍ତି।

 

View this post on Instagram

 

A post shared by Jayant Yadav (@jyadav19)


୨୦୧୬ରେ ସେ ଭାଇଜାଗରେ ଦିନିକିଆରେ ମଧ୍ୟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ଟି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍‌ରେ ସେ ୪ ଓଭର ବୋଲିଂ କରି ଗୋଟିଏ ୱିକେଟ ନେଇଥିଲେ।

ଚଳିତ ବର୍ଷ ଆୟୋଜିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଜୟନ୍ତ ଯାଦବ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ୭ଟି ୱିକେଟ ନେଇଥିଲେ। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସେ ୪ଟି ୱିକେଟ ନେଇ ନିଜର ଜଲୱା ମଧ୍ୟ ଦେଖାଇଥିଲେ।

Related story