ପ୍ରଥମ ମ୍ୟାଚ୍‌ରେ ଗାଇ ନଥିଲେ, କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ ଜାତୀୟ ସଂଗୀତ ଗାନ କଲେ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ଆଜି ଘଟିଥିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଇରାନର ଖେଳାଳିମାନେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ବେଳେ ଜାତୀୟ ସଂଗୀତ ଗାନ କରିନଥିଲେ। ଦେଶରେ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଇରାନର ଫୁଟବଲ ଖେଳାଳିମାନେ ଜାତୀୟ ସଂଗୀତ ବେଳେ ନୀରବ ରହିଥିଲେ। ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଇରାନର ଦ୍ୱିତୀୟ ମ୍ୟାଚ୍‌ରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି […]

Iran

Iran

Hemant Lenka
  • Published: Friday, 25 November 2022
  • Updated: 25 November 2022, 05:14 PM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ଆଜି ଘଟିଥିବା ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଇରାନର ଖେଳାଳିମାନେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ବେଳେ ଜାତୀୟ ସଂଗୀତ ଗାନ କରିନଥିଲେ। ଦେଶରେ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଇରାନର ଫୁଟବଲ ଖେଳାଳିମାନେ ଜାତୀୟ ସଂଗୀତ ବେଳେ ନୀରବ ରହିଥିଲେ।

ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଇରାନର ଦ୍ୱିତୀୟ ମ୍ୟାଚ୍‌ରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ୱେଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଇରାନ ଖେଳାଳିମାନେ ଧାଡ଼ିରେ ଛିଡ଼ା ହୋଇ ଜାତୀୟ ସଂଗୀତ ଗାନ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆଜି ଦୋହାର ଅହମଦ ବିନ ଅଲୀ ଷ୍ଟାଡିୟମରେ ଇରାନ ଓ ୱେଲ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ମ୍ୟାଚ୍‌ ପୂର୍ବରୁ ପରମ୍ପରା ଅନୁସାରେ ଦୁଇ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଇରାନ ଖେଳାଳି ଜାତୀୟ ସଂଗୀତ ଗାନ କରି ନଥିବାରୁ ଆଜି ମଧ୍ୟ ସମାନ ଘଟଣା ଘଟିବ ବୋଲି ସମସ୍ତେ ଆଶଙ୍କା କରିଥିଲେ।

ହେଲେ ଷ୍ଟାଡିୟମରେ ଜାତୀୟ ସଂଗୀତ ବାଜିବା ହେବା ମାତ୍ରେ ଇରାନ ଖେଳାଳିମାନେ ମଧ୍ୟ ଦେଶର ଫୁଟବଲ ପ୍ରେମୀଙ୍କ ସହ ମିଶି ଏହାକୁ ଗାନ କରିଛନ୍ତି। ଏହି ଘଟଣାକୁ ସମର୍ଥନ କରି ପ୍ରଶଂସକମାନେ ମଧ୍ୟ ଆହୁରି ଅଧିକ ଉତ୍ସାହିତ ହୋଇପଡ଼ିଥିଲେ।


ସେପ୍ଟେମ୍ବର ୧୬ରେ ଇରାନ ପୁଲିସ୍‌ ହେଫାଜତରେ ଥିବା ୨୨ ବର୍ଷୀୟ ମହସା ଅମୀନଙ୍କ ମୃତ୍ୟୁ ହୋଇଥିଲା। ସେ ସର୍ବସାଧାଣରେ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରି ନିର୍ଯାତନା ଦେଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ଆନ୍ଦୋଳନକୁ ଦମନ କରିବାକୁ ଇରାନ ପୁଲିସ ସବୁ ପ୍ରକାରର ବଳ ପ୍ରୟୋଗ କରୁଛି। ଇତି ମଧ୍ୟରେ ୧୦୦ରୁ ଅଧିକ ଆନ୍ଦୋଳନକାରୀ ପୁଲିସ୍‌ ମାଡ଼ରେ ପ୍ରାଣ ହରାଇ ସାରିଲେଣି। ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଥିବାରୁ ଇରାନର ଫୁଟବଲ ଖେଳାଳିମାନେ ଏହା ସମର୍ଥନରେ ଜାତୀୟ ସଂଗୀତ ଗାନ କରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos