ଫିଫା ବିଶ୍ୱକପରେ ଜାତୀୟ ସଂଗୀତ ଗାନ କଲେନି ଇରାନ ଖେଳାଳି

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ଆଜି ବଡ଼ ଘଟଣା ଘଟିଛି। ଇରାନରେ ଚାଲିଥିବା ସରକାରୀ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି କତାରରେ ଜାତୀୟ ସଂଗୀତ ଗାନ କରିବାକୁ ମନା କରି ଦେଇଛନ୍ତି ତେହରାନର ଖେଳାଳି। ଆଜି ଇରାନର ମୁକାବିଲା ବିଶ୍ୱକପରେ ଇଂଲଣ୍ଡ ସହ ହୋଇଛି। ପରମ୍ପରା ଅନୁସାରେ, ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶର ଖେଳାଳି ଧାଡ଼ିରେ ଛିଡ଼ା ହୋଇ ଜାତୀୟ ସଂଗୀତ ଗାନ କରିବା କଥା। ଇଂଲଣ୍ଡର ଖେଳାଳିମାନେ ସେମାନଙ୍କ ଜାତୀୟ ସଂଗୀତ ଗାନ […]

iran

iran

Hemant Lenka
  • Published: Monday, 21 November 2022
  • Updated: 21 November 2022, 07:53 PM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ଆଜି ବଡ଼ ଘଟଣା ଘଟିଛି। ଇରାନରେ ଚାଲିଥିବା ସରକାରୀ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି କତାରରେ ଜାତୀୟ ସଂଗୀତ ଗାନ କରିବାକୁ ମନା କରି ଦେଇଛନ୍ତି ତେହରାନର ଖେଳାଳି। ଆଜି ଇରାନର ମୁକାବିଲା ବିଶ୍ୱକପରେ ଇଂଲଣ୍ଡ ସହ ହୋଇଛି। ପରମ୍ପରା ଅନୁସାରେ, ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶର ଖେଳାଳି ଧାଡ଼ିରେ ଛିଡ଼ା ହୋଇ ଜାତୀୟ ସଂଗୀତ ଗାନ କରିବା କଥା।

ଇଂଲଣ୍ଡର ଖେଳାଳିମାନେ ସେମାନଙ୍କ ଜାତୀୟ ସଂଗୀତ ଗାନ କରିଥିବା ବେଳେ ଇରାନ ଖେଳାଳିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି। ଇରାନର ଖେଳାଳିମାନେ ପଡ଼ିଆ ଭିତରକୁ ଆସିଥିଲେ ମଧ୍ୟ ସରକାରୀ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ଜାତୀୟ ସଂଗୀତ ଗାନ କରି ନାହାନ୍ତି।

ମ୍ୟାଚ୍‌ ପୂର୍ବରୁ ଇରାନ ଫୁଟବଲ ଟିମର ଅଧିନାୟକ ଅଲୀରେଜା ଜାହାନବାକଶ କହିଥିଲେ ଯେ ଦେଶରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲିଛି। ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ସେମାନଙ୍କ ସମର୍ଥନରେ ଆମେ ସମସ୍ତେ ମିଳିତ ଭାବେ ବିଶ୍ୱକପରେ ଜାତୀୟ ସଂଗୀତ ଗାନ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ।

ଏହି ନିଷ୍ପତ୍ତି ଅନୁସାରେ ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାନ କରି ନାହାନ୍ତି। ଦୋହାରେ ଥିବା ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇରାନ ଜାତୀୟ ସଂଗୀତ ବାଜୁଥିବା ବେଳେ ଖେଳାଳିମାନେ ଅତ୍ୟନ୍ତ ମର୍ମାହତ ଭାବେ କେବଳ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ସେପ୍ଟେମ୍ବର ୧୬ରେ ଇରାନ ପୁଲିସ୍‌ ହେଫାଜତରେ ଥିବା ୨୨ ବର୍ଷୀୟ ମହସା ଅମୀନଙ୍କ ମୃତ୍ୟୁ ହୋଇଥିଲା। ସେ ସର୍ବସାଧାଣରେ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରି ନିର୍ଯାତନା ଦେଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ଆନ୍ଦୋଳନକୁ ଦମନ କରିବାକୁ ଇରାନ ପୁଲିସ ସବୁ ପ୍ରକାରର ବଳ ପ୍ରୟୋଗ କରୁଛି। ଇତି ମଧ୍ୟରେ ୧୦୦ରୁ ଅଧିକ ଆନ୍ଦୋଳନକାରୀ ପୁଲିସ୍‌ ମାଡ଼ରେ ପ୍ରାଣ ହରାଇ ସାରିଲେଣି। ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଥିବାରୁ ଇରାନର ଫୁଟବଲ ଖେଳାଳିମାନେ ଏହା ସମର୍ଥନରେ ଜାତୀୟ ସଂଗୀତ ଗାନ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos