ଲଢ଼େଇ ବେଳେ ଆହତ ହୋଇଥିବା ଯୁବ କିକ ବକ୍ସର ଆଖି ବୁଜିଲେ

ବେଙ୍ଗାଲୁରୁ: କିକ୍‌ ବିକ୍ସିଂ ଜଗତରୁ ଆସିଛି ଦୁଃଖଦ ଖବର। ଲଢ଼େଇ ବେଳେ ଆହତ ହୋଇଥିବା ମହୀଶୂରର ଜଣେ ଯୁବ ବକ୍ସର ଶେଷରେ ଆଖି ବୁଜିଛନ୍ତି। ଜୁଲାଇ ୧୦ରେ ବେଙ୍ଗାଲୁରୁରେ ଆୟୋଜିତ କିକ ବକ୍ସିଂ ଇଭେଣ୍ଟରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ସେ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ଜନାନାଭାରତୀ ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଛି। ପୁଲିସର […]

Nikhil

Hemant Lenka
  • Published: Thursday, 14 July 2022
  • , Updated: 14 July 2022, 06:17 PM IST

ବେଙ୍ଗାଲୁରୁ: କିକ୍‌ ବିକ୍ସିଂ ଜଗତରୁ ଆସିଛି ଦୁଃଖଦ ଖବର। ଲଢ଼େଇ ବେଳେ ଆହତ ହୋଇଥିବା ମହୀଶୂରର ଜଣେ ଯୁବ ବକ୍ସର ଶେଷରେ ଆଖି ବୁଜିଛନ୍ତି। ଜୁଲାଇ ୧୦ରେ ବେଙ୍ଗାଲୁରୁରେ ଆୟୋଜିତ କିକ ବକ୍ସିଂ ଇଭେଣ୍ଟରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ସେ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ଜନାନାଭାରତୀ ପୁଲିସ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଛି।

ପୁଲିସର ସୂଚନା ଅନୁଯାୟୀ, କର୍ଣ୍ଣାଟକାର ଜନାନାଜ୍ୟୋତି ନଗର ଠାରେ ଥିବା ଗୋଟିଏ ଜିମରେ ଜୁଲାଇ ୧୦ରେ ରାଜ୍ୟସ୍ତରୀୟ କେ-୧ କିକ ବକ୍ସିଂ ଚାମ୍ପିୟନଶିପର ଆୟୋଜନ କରାଯାଇଥିଲା। କେଙ୍ଗେରି ଭିତ୍ତିକ କେ-୧ କିକ ବକ୍ସର ସଂଗଠନ ଏହାକୁ ଆୟୋଜନ କରିଥିଲା।

ଏହି ଚାମ୍ପିୟନଶିପରେ ମହୀଶୂରର ଯୁବ ବକ୍ସର ନିଖିଲ ଭାଗ ନେଇଥିଲେ। କିନ୍ତୁ ଲଢ଼େଇ ବେଳେ ପ୍ରତିପକ୍ଷ ଖେଳାଳିଙ୍କ ପଞ୍ଚରେ ସେ ଘାଇଲା ହେବା ସହ ରିଙ୍ଗ ଭିତରେ ହିଁ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ୨ ଦିନ କୋମାରେ ରହିବା ପରେ ଜୁଲାଇ ୧୨ରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଖିଲଙ୍କ ବାପା ସୁରେଶଙ୍କ ଅଭିଯୋଗକ୍ରମେ ନବୀନ ରବିଶଙ୍କର ନାମକ ଜଣେ ବ୍ୟକ୍ତି ଓ ଆସୋସିଏସନ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

Related story