ଫ୍ରାନ୍ସଠାରୁ ହାରିଲା ମରକ୍କୋ: ଗଣ୍ଡଗୋଳ ସହ ପୋଡ଼ାଜଳା କଲେ ‍ଫ୍ୟାନ୍ସ

ଦୋହା: ପ୍ରଥମଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ସେମିରେ ପହଞ୍ଚିଥିବା ଆଫ୍ରିକୀୟ ଦେଶ ମରକ୍କୋ ଶେଷରେ ହାରି ଯାଇଛି। ସେମିରେ ଫ୍ରାନ୍ସ ଠାରୁ ୦-୨ରେ ହାରି ମରକ୍କୋର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଛି। ମରକ୍କୋର ଏତେ ବାଟ ଆସି ଫାଇନାଲ ଖେଳିବାରୁ ବଞ୍ଚିତ ହେବା ଘଟଣା ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି। ଏଥିପାଇଁ ସେମାନେ ଗଣ୍ଡଗୋଳ କରିବା ସହ ପୋଡ଼ାଜଳା କରିଛନ୍ତି। ତେବେ ମରକ୍କୋ କିମ୍ବା ବିଶ୍ୱକପ ଖେଳା ଯାଉଥିବା କତାରରେ ଫ୍ୟାନ୍ସ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ […]

marocco

marocco

Hemant Lenka
  • Published: Thursday, 15 December 2022
  • Updated: 15 December 2022, 11:53 AM IST

Sports

Latest News

ଦୋହା: ପ୍ରଥମଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ସେମିରେ ପହଞ୍ଚିଥିବା ଆଫ୍ରିକୀୟ ଦେଶ ମରକ୍କୋ ଶେଷରେ ହାରି ଯାଇଛି। ସେମିରେ ଫ୍ରାନ୍ସ ଠାରୁ ୦-୨ରେ ହାରି ମରକ୍କୋର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଛି। ମରକ୍କୋର ଏତେ ବାଟ ଆସି ଫାଇନାଲ ଖେଳିବାରୁ ବଞ୍ଚିତ ହେବା ଘଟଣା ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି। ଏଥିପାଇଁ ସେମାନେ ଗଣ୍ଡଗୋଳ କରିବା ସହ ପୋଡ଼ାଜଳା କରିଛନ୍ତି।

ତେବେ ମରକ୍କୋ କିମ୍ବା ବିଶ୍ୱକପ ଖେଳା ଯାଉଥିବା କତାରରେ ଫ୍ୟାନ୍ସ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରି ନାହାନ୍ତି ବରଂ ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ସବୁ କିଛି ଘଟିଛି। ବ୍ରସେଲ୍ସରେ ରହୁଥିବା ପ୍ରାୟ ୧୦୦ରୁ ଅଧିକ ମରକ୍କୋ ଫ୍ୟାନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମେ ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁ ଗୋଲା ଓ ଅନ୍ୟ ଜିନିଷ ଫୋପାଡ଼ିଥିଲେ। ସେମାନଙ୍କୁ ସୁରକ୍ଷାକର୍ମୀ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ କହିଥିଲେ। ହେଲେ ସେମାନେ କିଛି ଶୁଣି ନଥିଲେ। ଚେତାବନୀ ସତ୍ତ୍ୱେ ସେମାନେ ଷ୍ଟେସନ ନିକଟରେ ଥିବା ଅଳିଆ ଗଦା ଓ ଅନ୍ୟାନ୍ୟ କାର୍ଡବୋର୍ଡ ବକ୍ସରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ନେଇ ବେଶ କିଛି ସମୟ ମରକ୍କୋ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ବିଶୃଙ୍ଖଳିତ ଫ୍ୟାନ୍ସଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀମାନେ ପାଣି ମାଡ଼ କରିବା ସହ ଟିୟର ଗ୍ୟାସର ବ୍ୟବହାର କରିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ଏକାଧିକ ଲୋକଙ୍କୁ ଗିରଫ କରିଛି। ସେହିପରି ଘଟଣାରେ ବେଶ କିଛି କ୍ଷୟକ୍ଷତି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos