ବିରାଟଙ୍କୁ କ୍ଷମା ମାଗିଲା ପର୍ଥ ହୋଟେଲ, ଭିଡିଓ ଶୁଟ କରିଥିବା କର୍ମଚାରୀ ନିଲମ୍ବିତ

ପର୍ଥ: ଅଷ୍ଟ୍ରେଲିଆର ପର୍ଥରେ ଥିବା ଗୋଟିଏ ହୋଟେଲ ଆଜି ଟିମ ଇଣ୍ଡିଆର କ୍ରିକେଟର ବିରାଟ କୋହଲିଙ୍କୁ କ୍ଷମା ମାଗିଛି। ବିରାଟ ହୋଟେଲ ରୁମରେ ନଥିବା ବେଳେ ଏହା ଭିତରର ଭିଡିଓକୁ ଜଣେ କର୍ମଚାରୀ ଶୁଟିଂ କରିଥିଲେ। ପରେ ସେ ଏହାକୁ ଭାଇରାଲ କରିବାରୁ ବିରାଟ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଭିଡିଓକୁ ନେଇ ସୋଶାଲ ମିଡିଆରେ ବି ଝଡ଼ ଦେଖିବାକୁ ମିଳିଥିଲା। ବିବାଦ ବଢ଼ୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏଥିସହ […]

virat1

  • Published: Monday, 31 October 2022
  • , Updated: 31 October 2022, 05:02 PM IST

ପର୍ଥ: ଅଷ୍ଟ୍ରେଲିଆର ପର୍ଥରେ ଥିବା ଗୋଟିଏ ହୋଟେଲ ଆଜି ଟିମ ଇଣ୍ଡିଆର କ୍ରିକେଟର ବିରାଟ କୋହଲିଙ୍କୁ କ୍ଷମା ମାଗିଛି। ବିରାଟ ହୋଟେଲ ରୁମରେ ନଥିବା ବେଳେ ଏହା ଭିତରର ଭିଡିଓକୁ ଜଣେ କର୍ମଚାରୀ ଶୁଟିଂ କରିଥିଲେ। ପରେ ସେ ଏହାକୁ ଭାଇରାଲ କରିବାରୁ ବିରାଟ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଭିଡିଓକୁ ନେଇ ସୋଶାଲ ମିଡିଆରେ ବି ଝଡ଼ ଦେଖିବାକୁ ମିଳିଥିଲା। ବିବାଦ ବଢ଼ୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏଥିସହ ବିରାଟଙ୍କ ରୁମର ଭିଡିଓ ରେକର୍ଡିଂ କରିଥିବା କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହାବାଦ କର୍ମଚାରୀ ଜଣଙ୍କ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି।

ପୂରା ଘଟଣା ପର୍ଥରେ ଥିବା କ୍ରାଉନ ରିସର୍ଟରେ ଘଟିଥିଲା। ହୋଟେଲ ପକ୍ଷରୁ ଆଜି କୁହାଯାଇଛି ଯେ ଏମିତି ବ୍ୟବହାର ପ୍ରତି କ୍ରାଉନ ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରି ଆସିଛି। ଏହି ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ ଆମେ ସବୁବେଳେ ଭାରତୀୟ କ୍ରିକେଟ ଟିମ୍‌ ଓ ଆଇସିସିକୁ ସବୁ ପ୍ରକାରର ସହଯୋଗ କରିବୁ।

ଆମ ଅତିଥିଙ୍କ ସୁରକ୍ଷା ଓ ଗୋପନୀୟତା ସବୁବେଳେ ଆମର ମୁଖ୍ୟ ଲକ୍ଷ୍ୟ। ତଥାପି ଏପରି ଏକ ଘଟଣା ଘଟିବା ପ୍ରକୃତରେ ନିନ୍ଦନୀୟ। ଆମେ ଏଥିପାଇଁ ଅତିଥିଙ୍କୁ କ୍ଷମା ମାଗୁଛୁ। ଆଗକୁ ଯେମିତି ଏପରି ଘଟଣା ନ ଘଟିବ, ସେଥିପ୍ରତି ମଧ୍ୟ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛୁ।

କ୍ରାଉନ ତୁରନ୍ତ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ତ୍ରୁଟି ସୁଧାରିଛି। ଘଟଣାରେ ସମାଲ ଥିବା ବ୍ୟକ୍ତିଙ୍କୁ କ୍ରାଉନରୁ ବାହାର କରାଯାଇଛି। ଏଥିସହ ମୂଳ ଭିଡିଓକୁ ବେଶ ଯତ୍ନର ସହ ସହ ସୋଶାଲ ମିଡିଆ ଆକାଉଣ୍ଟରୁ ହଟାଇ ଦିଆଯାଇଛି। କ୍ରାଉନ ତୃତୀୟ ପକ୍ଷ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଘଟଣାର ଅଧିକ ତଦନ୍ତ କରୁଛି। ଦରକାର ପଡ଼ିଲେ ଆଗକୁ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରାଯିବ। ଆମେ ଭାରତୀୟ କ୍ରିକେଟ ଟିମ ଓ ଆଇସିସିକୁ କ୍ଷମା ମାଗୁଛୁ। ଆଗକୁ ସେମାନଙ୍କ ସହ କାମ କରିବୁ ବୋଲି ଆମର ଆଶା ବୋଲି ହୋଟେଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଥିଲା। ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା ବେଳେ ଭିଡିଓ ଶୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଥିଲେ। ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ବିରାଟ ପର୍ଥର ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ଜଣେ କର୍ମଚାରୀ ହିଁ ଭିଡିଓକୁ ଶୁଟିଂ କରିଥିଲେ। ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରିଥିବା ବେଳେ ବିରାଟ ଆଜି ଏହାକୁ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ବିରାଟ ଭିଡିଓ ସହ ନିଜର ଗୋପନୀୟତାକୁ ନେଇ ଗୋଟିଏ ଲେଖା ବି ପୋଷ୍ଟ କରିଥିଲେ।

ସାମ୍ନାକୁ ଆସିଥିବା ଭିଡିଓର ଉପରେ 'King Kohli's Hotel Room' ଲେଖାଯାଇଛି। ଜଣେ ବ୍ୟକ୍ତି ପୂରା ରୁମ ଭିତରେ ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରିଛନ୍ତି। ବିରାଟ ବ୍ୟବହାର କରୁଥିବା ସ୍ୱାସ୍ଥ୍ୟ ଜନିତ ଜିନିଷ, ବିଭିନ୍ନ ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ ଏବଂ ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି। ବିରାଟ ରୁମରେ ନଥିବା ବେଳେ ଏକାଧିକ କର୍ମଚାରୀ ଏପରି କରିଥିବା କୁହାଯାଉଛି।

Related story