ମାର୍କେଟରେ ଗଣ୍ଡଗୋଳ କଲେ ଟିମ ଇଣ୍ଡିଆର ମହିଳା କ୍ରିକେଟର

ବିଜୟପୁରା: ମାର୍କେଟରେ ଗଣ୍ଡଗୋଳ କରିଛନ୍ତି ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟ ରାଜେଶ୍ୱରୀ ଗାଏକ୍ୱାଡ। କର୍ଣ୍ଣାଟକାର ବିଜୟପୁରାରେ ଗୋଟିଏ ସୁପର ମାର୍କେଟରେ ଗାଏକ୍ୱାଡ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ଏଠାକୁ କିଛି କଷମେଟିକ କିଣିବାକୁ ଯାଇଥିଲେ। ଏହି ସମୟରେ ଦୋକାନରେ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତତର୍କ ପରେ ଗାଏକ୍ୱାଡ ମାର୍କେଟରୁ ଚାଲି ଯାଇଥିଲେ। କିନ୍ତୁ ଗାଏକ୍ୱାଡଙ୍କ କିଛି ଲୋକ ମାର୍କେଟରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କର୍ମଚାରୀମାନଙ୍କୁ ମାଡ଼ […]

Rajeswari

Rajeswari

Hemant Lenka
  • Published: Thursday, 01 December 2022
  • Updated: 01 December 2022, 01:24 PM IST

Sports

Latest News

ବିଜୟପୁରା: ମାର୍କେଟରେ ଗଣ୍ଡଗୋଳ କରିଛନ୍ତି ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟ ରାଜେଶ୍ୱରୀ ଗାଏକ୍ୱାଡ। କର୍ଣ୍ଣାଟକାର ବିଜୟପୁରାରେ ଗୋଟିଏ ସୁପର ମାର୍କେଟରେ ଗାଏକ୍ୱାଡ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ଏଠାକୁ କିଛି କଷମେଟିକ କିଣିବାକୁ ଯାଇଥିଲେ।

ଏହି ସମୟରେ ଦୋକାନରେ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତତର୍କ ପରେ ଗାଏକ୍ୱାଡ ମାର୍କେଟରୁ ଚାଲି ଯାଇଥିଲେ। କିନ୍ତୁ ଗାଏକ୍ୱାଡଙ୍କ କିଛି ଲୋକ ମାର୍କେଟରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କର୍ମଚାରୀମାନଙ୍କୁ ମାଡ଼ ମାରିଥିଲେ।

ପ୍ରାଥମିକ ଅବସ୍ଥାରେ ସୁପରମାର୍କେଟର  କର୍ମଚାରୀ ସିସିଟିଭି ଫୁଟେଜ ଶେୟାର କରିବା ସହ ପୁଲିସ୍‌ରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ପରସ୍ପର ସହ ବୁଝାମଣା କରିନେଇଛନ୍ତି। ତେଣୁ ସୁପରମାର୍କେଟ ପକ୍ଷରୁ ଗାଏକ୍ୱାଡ କିମ୍ବା ତାଙ୍କ ଲୋକମାନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରାଯାଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି।


ଗାଏକ୍ୱାଡ ହେଉଛନ୍ତି ଭାରତୀୟ ମହିଳା ଦଳର ବାମହାତୀ ସ୍ଲୋ ଅର୍ଥଡକ୍ସ ବୋଲର। ୨୦୧୪ ଜାନୁଆରୀ ୧୯ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ୨୦୧୭ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳର ସଦସ୍ୟ ମଧ୍ୟ ସେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos