ବାଜିଲା ପାରାଲିମ୍ପିକ୍ସ ବିଗୁଲ୍, ତ୍ରିରଙ୍ଗା ଧରି ଦମଦାର୍ ଏଣ୍ଟ୍ରୀ କଲା ଭାରତ

ଟୋକିଓ: ଅଲିମ୍ପିକ୍ସ ପରେ ଟୋକିଓରେ ଏବେ ପାରାଲିମ୍ପିକ୍ସରେ ରୋମାଞ୍ଚ ଦେଖିବାକୁ ମିଳିବ। ଜାପାନର ରାଜଧାନୀରେ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଉଦଘାଟନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଛି। ଓପନିଂ ସେରେମନୀରେ ଟେକ୍ ଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ଟିମ୍ କ୍ରୀଡ଼ା ଗ୍ରାମରେ ମାର୍ଚ୍ଚ କରିଛି। ସେ ହାତରେ ତ୍ରିରଙ୍ଗା ଧରି ଗର୍ବର ସହ ଆଗକୁ ବଢ଼ିଥିଲେ। ତାଙ୍କୁ ଭାରତର ବାକି ସଦସ୍ୟ ଭାବେ ଅନୁସରଣ କରି ପଛେ ପଛେ ଚାଲିଥିଲେ। ସମସ୍ତଙ୍କ ମୁହଁରେ ମାସ୍କ ଲଗାଯାଇଥିଲା ଏବଂ ଦୁଇ ହାତରେ […]

paralympics

paralympics

Ranjit Kumar Jena
  • Published: Tuesday, 24 August 2021
  • Updated: 24 August 2021, 09:18 PM IST

Sports

Latest News

ଟୋକିଓ: ଅଲିମ୍ପିକ୍ସ ପରେ ଟୋକିଓରେ ଏବେ ପାରାଲିମ୍ପିକ୍ସରେ ରୋମାଞ୍ଚ ଦେଖିବାକୁ ମିଳିବ। ଜାପାନର ରାଜଧାନୀରେ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଉଦଘାଟନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଛି। ଓପନିଂ ସେରେମନୀରେ ଟେକ୍ ଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ଟିମ୍ କ୍ରୀଡ଼ା ଗ୍ରାମରେ ମାର୍ଚ୍ଚ କରିଛି। ସେ ହାତରେ ତ୍ରିରଙ୍ଗା ଧରି ଗର୍ବର ସହ ଆଗକୁ ବଢ଼ିଥିଲେ। ତାଙ୍କୁ ଭାରତର ବାକି ସଦସ୍ୟ ଭାବେ ଅନୁସରଣ କରି ପଛେ ପଛେ ଚାଲିଥିଲେ। ସମସ୍ତଙ୍କ ମୁହଁରେ ମାସ୍କ ଲଗାଯାଇଥିଲା ଏବଂ ଦୁଇ ହାତରେ ତ୍ରିରଙ୍ଗା ଥିଲା।

ଓପନିଂ ସେରେମନୀର କିଛି ଘଣ୍ଟା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଧ୍ୱଜାବାହକ ମରିୟପ୍ପନ ଥାଙ୍ଗଭେଲୁ ଏବଂ ଭାରତୀୟ ଦଳର ୫ ଅନ୍ୟ ସଦସ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଯାହା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଗତ ୬ ଦିନରେ ସେମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କ ଟେଷ୍ଟ ପଜିଟିଭ୍ ଆସିନାହିଁ।

https://twitter.com/ddsportschannel/status/1430129796701331460?s=20

ପାରାଲିମ୍ପିକ୍ସ ୫୭ ବର୍ଷରେ ପ୍ରଥମଥର ଟୋକିଓକୁ ଫେରିଛି। ଉଦଘାଟନୀ ସମାରୋହର ଥିମ୍ ଥିଲା ‘ପାରା ଏୟାରପୋର୍ଟ, ଯାହା ବିବିଧତା ଓ ସମାବେଶର ଏକ ପ୍ରତୀକ। ଏହା ପୂର୍ବରୁ ଆଇଓସିର ସଭାପତି ଆଣ୍ଡ୍ର୍ୟୁ ପାର୍ସନ୍ସ ଓ ଜାପାନର ସମ୍ରାଟ ନାରୁହିତୋଙ୍କୁ ଷ୍ଟାଡିୟମର ସ୍ୱାଗତ କରାଯାଇଥିଲା। ଯାହା ପରେ ଚାରିଥରର ଅଲିମ୍ପିକ୍ସ ଫ୍ରିଷ୍ଟାଇଲ୍ ରେସଲିଂ ଚାମ୍ପିୟନ୍ କାଓରୀ ଇକୋ ଓ ଉଦ୍ଧାରକାରୀ କର୍ମକର୍ତ୍ତା ତାକୁମି ଅସ୍ତାନୀଙ୍କ ସମେତ ୬ଜଣ ଜାପାନର ଧ୍ୱଜା ଧରି ଷ୍ଟେଜ୍ ଉପରକୁ ଆସିଥିଲେ।

https://twitter.com/narendramodi/status/1430138565455859718?s=20

ପାରାଲିମ୍ପିକ୍ସରେ ୧୬୩ଟି ଦେଶର ୪ହଜାର ୫ଶହ ଆଥଲେଟ୍ ଭାଗ ନେଇଛନ୍ତି। ଆଜିଠୁ ସେପ୍ଟେମ୍ବର ୫ ତାରିଖ ଯାଏଁ ୧୩ ଦିନ ଧରି ଚାଲିବ କ୍ରୀଡ଼ାର ଏହି ମହାକୁମ୍ଭ। ପାରାଲିମ୍ପିକ୍ସରେ ୧୬୩ ଦେଶର ପ୍ରାୟ ୪୫୦୦ ଖେଳାଳି ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ଭାଗ ନେବେ। ଟୋକିଓରେ ୫୪ଜଣ ଭାରତୀୟ ପାରା ଆଥଲେଟ୍ ମୋଟ ୯ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

https://twitter.com/Paralympics/status/1430157264674070530?s=20

ପାରା ଅଲିମ୍ପିକ୍ସ ଉଦଘାଟନ ଉତ୍ସବରେ ପରେଡ୍ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲାଇଭ ଟେଲିକାଷ୍ଟ ଟିଭିରେ ଦେଖିବା ସହ ତାଳି ମାରି ଆଥଲେଟଙ୍କୁ ଉତ୍ସାହିତ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭକାମନା ଜଣାଇଛନ୍ତି। ପାରା ଅଲିମମ୍ପିକ୍ସରେ ଭାଗ ନେଇଥିବା ଖେଳାଳି ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବେ ବୋଲି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥର ଭାରତୀୟ ଆଥଲେଟ୍ ୧୦ରୁ ଅଧିକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ। ଗତ ରିଓ ପାରାଅଲିଂପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଓ ମାରିଅପ୍ପନ୍ ଥାଙ୍ଗଭେଲୁଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ୧୯୭୨ରେ ପ୍ରଥମଥର ପାରାଲିମ୍ପିକ୍ସରେ ଭାଗ ନେଇଥିବା ଭାରତ ଏପର୍ଯ୍ୟନ୍ତ ୧୨ଟି ପଦକ ଜିତିଛି। ୨୦୧୬ରେ ଭାରତ ୨ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ସହ ମୋଟ ୪ ପଦକ ଜିତି ୪୩ତମ ସ୍ଥାନରେ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story